ପ୍ରେମିକ ବାଧ୍ୟ କଲା ଶାରୀରିକ ସମ୍ପର୍କ ପାଇଁ ,ଏହା ପାପ ବୋଲି କହିବାରୁ ଧାରୁଆ ବ୍ଲେଡ ରେ ଏମିତି କଲା ପ୍ରେମିକ

କୁହାଯାଏ ପ୍ରେମ ସତ୍ୟ ,ପ୍ରେମ ସୁନ୍ଦର I ତେବେ ଆଜିକାଲି ଯେପରି ପ୍ରେମର ଭାଷା ବଦଳି ଯାଇଛି I ପ୍ରେମ କହିଲେ କେବଳ ଶାରୀରିକ ସମ୍ପର୍କ ଏବଂ କାମନା ବାସନା I ଆଉ ଯଦି ପ୍ରେମିକା ଏଥିରେ ରାଜି ନହୁଏ ତେବେ ନୃସଂଶତାର ସୀମା ଲଂଘି ଯାଏ ପ୍ରେମିକ I ଏମିତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ର ବାଲିଆପାଳରେ I

ଖବର ଅନୁଯାଇ ଏହି ଅଞ୍ଚଳ ର ଜଣେ ନାବାଳିକା କୁ ଜଣେ ଅଚିନ୍ହା ଯୁବକ ର ରଙ୍ଗ ନମ୍ବର ରୁ କଥା ବାର୍ତ୍ତା ପରେ ପ୍ରେମ ହେଇଯାଇଥିଲା I ପରେ ପ୍ରେମିକ କଥାରେ ନିଜ ଘର ଛାଡି ପଳାଇଆସିଥିଲା ନାବାଳିକା I ମନରେ ଥିଲା ଅନେକ ସ୍ବପ୍ନ ,ବିବାହ କରି ଘର ସଂସାର କରିବ I ତେବେ ବିବାହ ପୂର୍ବରୁ ପ୍ରେମିକ ବାଧ୍ୟ କରିଥିଲା ଶାରୀରିକ ସମ୍ପର୍କ ପାଇଁ କିନ୍ତୁ ବିବାହ ପୂର୍ବରୁ ଏହା ପାପ ବୋଲି ପ୍ରେମିକା କହିବା ସହିତ ବିରୋଧ କରିଥିଲା I

ତେଣୁ ମୁହୂର୍ତକ ମଧ୍ୟରେ ପ୍ରେମିକ ରୁ ନୃସଂଶ ପାଲଟିଯାଇଥିଲା ପ୍ରେମିକ I ଏକ ଧାରୁଆ ବ୍ଲେଡରେ ପ୍ରେମିକା ର ଗଳା ଓ କାନକୁ କାଟି ପକାଇଥିଲା I କେବଳ ଏତିକି ନୁହେଁ ଗୁରୁତର ଭାବରେ ପ୍ରେମିକା ଚିତ୍କାର କରୁଥିବା ସମୟରେ ଏକ ନିଛାଟିଆ ରାସ୍ତାରେ ଫୋପାଡ଼ି ଦେଇ ପଳାଇଯାଇଥିଲା I ନାବାଳିକା ଙ୍କୁ ଜଣେ ପଥିକ ହସ୍ପିଟାଲ ରେ ଭର୍ତି କରିଛନ୍ତି ,ଏନେଇ ଥାନାରେ ଏତଲା ଦେଇଛନ୍ତି ନାବାଳିକା ର ବାପା I

Leave a Reply

Your email address will not be published. Required fields are marked *