ବିଦ୍ୟୁତ ବିଭାଗ ପାଇଁ ନୂଆ ଦୁଃଖ

ବିଦ୍ୟୁତ ଶକ୍ତି ଆଜି ଆମର ମୌଳିକ ଆବଶ୍ୟକତା ରୂପେ ପରିଗଣିତ ହେବାରେ ଲାଗିଛି। ପ୍ରଚଣ୍ଡ ରୌଦ୍ରତାପ ହେଉ, ଅଥବା ହାଡ଼ ଭଙ୍ଗା ଶୀତ , ଅବା ଘନ ଅନ୍ଧାର ଏସବୁ ଠାରୁ ରକ୍ଷା ପାଇବା ପାଇଁ ସର୍ବାଧିକ ନିର୍ଭର କରିବା ପାଇଁ ପଡୁଛି ବିଦ୍ୟୁତ ଶକ୍ତି ଉପରେ। ବିଜୁଳି ବିନା ଆଜି ଜୀବନ ଅତ୍ୟନ୍ତ ଦୂର୍ବିସହ ଓ ଯନ୍ତ୍ରଣାଦାୟକ । ଏହା ସତ୍ୟ, କିନ୍ତୁ ଏହି ବିଭାଗକୁ ଆମେ ସର୍ବାଧିକ ଅବହେଳିତ ମନେ କରୁ। ଅନ୍ୟ ଯେତେ ସବୁ ବ୍ୟବସ୍ଥା ରହିଛି ସେସବୁ ପ୍ରିପେଡ ବ୍ୟବସ୍ଥା। ପ୍ରଥମେ ଦେୟ ତାପରେ ସେବା। ତେଣୁ, ସେବା ପାଇଥିବା ଘର ଆଗରେ ସେବା ଦେଇଥିବା ଲୋକମାନେ ଗୋଡ ଭାଙ୍ଗି ଠିଆ ହେବାକୁ ପଡେ ନାହିଁ। କିନ୍ତୁ, ଆମ ବିଦ୍ୟୁତ ବିଭାଗ ପ୍ରଥମେ ସେବା ପରେ ଦେୟ। ତେଣୁ ଆଜି ଉପଭୋକ୍ତା ମାନଙ୍କ ଦ୍ୱାରା ବିଦ୍ୟୁତ ବିଭାଗ ସର୍ବାଗ୍ରେ ଅବହେଳିତ।
ବିଦ୍ୟୁତ ଦେୟ ପଇଠ ନ କରିବା ପାଇଁ ଯେତେ ସମ୍ଭବ ଚେଷ୍ଟା କରାଯାଇପାରେ। ଆଉ ବିଦ୍ୟୁତର ବିକଳ୍ପ ସ୍ୱରୂପ ମଧ୍ୟ ଯେତେ ବ୍ୟବସ୍ଥା ଗ୍ରହଣୀୟ ସେତେ ଅଧିକ ଚେଷ୍ଟା କରିବା ପାଇଁ ପଡ଼େ। ଫଳରେ ଆମେ ଜେନେରେଟର, ଇନଭରଟର, ସୋଲାର ସିଷ୍ଟମ ଉପରେ ନିର୍ଭର କରିଥାଉ।

ଫଳରେ “ଆପେ ବଞ୍ଚିଲେ ବାପର ନା” ନ୍ୟାୟରେ ନିଜ ପାଇଁ ଉପଭୋକ୍ତା ଟିଏ ବେଶି ଚିନ୍ତା କରେ। ଏହି ବ୍ୟବସ୍ଥା ତାଙ୍କ ପାଇଁ ମଙ୍ଗଳଦାୟକ ହୋଇପାରେ କିନ୍ତୁ, ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ଫଳ ସ୍ୱରୂପ କର୍ମଚାରୀଙ୍କ ଜୀବନ ମଧ୍ୟ ଚାଲିଯାଇପାରେ । ଜେନେରେଟର ଓ ଇନଭରଟରରୁ ଲାଇଭ ଲାଇନ୍ ବା ( ଫେଜ ) ଏଲଟି ଲାଇନକୁ ପ୍ରବାହିତ ବା ବେକ ଫିଡିଙ୍ଗ୍ ହୋଇଥାଏ। ତେଣୁ, ଖୁଣ୍ଟ ଉପରେ ଚଢ଼ି କାମ କଲାବେଳେ କର୍ମଚାରୀ ବିଦ୍ୟୁତ ଆଘାତ ପାଇଥାଏ।

ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଅନୁରୋଧ ଜେନେରେଟର ଓ ଇନଭରଟର ଯଦି ବ୍ୟବହାର କରୁଥାନ୍ତି ତେବେ ସଠିକ୍ ଭାବେ ସଂଯୋଗ କରନ୍ତୁ। ଆଦୌ ଖାମଖିଆଲି ମନୋଭାବ ଗ୍ରହଣ କରନ୍ତୁ ନାହିଁ।

ଆଉ କର୍ମଚାରୀ ବନ୍ଧୁ ମାନଙ୍କୁ ମଧ୍ୟ ଏ ନୂଆ ବିପଦ ପ୍ରତି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଏଥିପ୍ରତି ଧ୍ୟାନ ଦେବାକୁ ଭୂଲନ୍ତୁ ନାହିଁ। ଦିଲ୍ଲୀପ କୁମାର ସାହୁ, ସାଉଥକୋ ୟୁଟିଲିଟି ,ଦାରିଙ୍ଗବାଡ଼ି I

Leave a Reply

Your email address will not be published. Required fields are marked *