୧୫ ବର୍ଷୀୟ ନାବାଳିକା କୁ ପ୍ରେମିକ ଧର୍ଷଣ କରି ଚାଲିଗଲା ପରେ ୪ଜଣ ପୋଲିସ ୮ଦିନ ଧରି କଲେ ଦୁଷ୍କର୍ମ

ପୋଲିସ ହେଉଛି କାନୁନ ର ରକ୍ଷକ I ନିରୀହ ଲୋକଙ୍କୁ ନ୍ୟାୟ ଦେବା ପୋଲିସ ର ଦାୟିତ୍ୱ I ତେବେ ଝାରସୁଗୁଡା ପୋଲିସ ନାମରେ ଆସିଛି ସଙ୍ଗୀନ ଅଭିଯୋଗ I ଜଣେ ନାବାଳିକା କୁ ୮ ଦିନ ଧରି ଲଗାତାର ଦୁଷ୍କର୍ମ କରିଥିବାର ସଂଗୀନ ଅଭିଯୋଗ ଆଣିଛନ୍ତି ନାବାଳିକା I ସୂଚନା ଅନୁଯାଇ ଝାଡଖଣ୍ଡ ର ସୋନାରୀ ଅଞ୍ଚଳର ୧୫ ବର୍ଷୀୟ ନାବାଳିକା ଙ୍କୁ ରବି ନାମକ ଜଣେ ଯୁବକଙ୍କ ସହ ପ୍ରେମ ହେଇଯାଇଥିଲା ,ପରେ ରବି ନାବାଳିକା କୁ ଝାରସୁଗୁଡା ଆଣି ରଖିଥିଲା ଏବଂ ସେଠାରେ ଦୁଷ୍କର୍ମ କରି ଚାଲିଯାଇଥିଲା

I ତେବେ ପରେ ସେହି ହୋଟେଲ କୁ ଚାରିଜଣ ପୋଲିସ ବେଶରେ ଆସିଥିଲେ \ଏବଂ ୮ ଦିନ ଜୋରଜବର ଦସ୍ତ ଧର୍ଷଣ କରିଥିଲେ I ଏନେଇ ନାବାଳିକା ଜଣଙ୍କ ଥାନାରେ ଏତଲା ଦେଇଥିଲେ ମଧ୍ୟ ଦୁଷ୍କର୍ମକାରୀ ମାନେ ପୋଲିସ ବା ପୋଲିସ ବେଶରେ ଦୁବୁର୍ତ୍ତ ତାହା ଜଣାପଡିନାହିଁ I ତଦନ୍ତ ଚାଲିଥିବା ବେଳେ ମୁଖ୍ୟ ଆସାମୀ ତଥା ପ୍ରେମିକ କୁ ପୋଲିସ ଗିରଫ କରିଛି I

Leave a Reply

Your email address will not be published. Required fields are marked *