ତମ୍ବା ମୁଦି ପିନ୍ଧିଲେ ଶରୀରକୁ ମିଳିଥାଏ ଏହି ୫ଟି ଲାଭ : ଜାଣନ୍ତୁ କଣ

ଆପଣମାନଙ୍କ ମଧ୍ୟରୁ ଅନେକ ଜଣ ତମ୍ବା ବାସନରେ ରଖାଯାଉଥିବା ପାଣି ପିଉଥିବେ।ଏବେ ଆପଣମାନଙ୍କ ଗୁରୁଜନ କହିଥିବେ ତମ୍ବା ବାସନରେ ପାଣି ପିଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ।
ଆୟୁର୍ବେଦ ଅନୁସାରେ ତମ୍ବା ବାସନରେ ପାଣି ପିଇଲେ କିମ୍ବା ଖାଇଲେ ବାତ, ପିତ୍ତ ଏବଂ କଫ ସନ୍ତୁଳିତ ରହିଥାଏ।ତମ୍ବା ମୁଦି ପିନ୍ଧିଲେ ଏହା ଆପଣଙ୍କ ଶରୀରରେ ଥିବା ଜୀବାଣୁ ଗୁଡ଼ିକ ସହ ଲଢ଼ିଥାଏ ଏବଂ ଏହା ସହ ଏଥିରେ ଥିବେ କପର୍ ଯୋଗୁ ବାସ୍ତୁ ଦୋଷରୁ ମୁକ୍ତି ମିଳିଥାଏ।

ଆଜିକାଲି ପରିବର୍ତ୍ତିତ ଜୀବନ ଶୈଳୀ ପାଇଁ ଅଧିକାଂଶ ଲୋକ ମାନସିକ ଚିନ୍ତାରେ ରହୁଛନ୍ତି।ଏପରି ପରିସ୍ଥତିରେ ଯଦି ଆପଣ ତମ୍ବା ମୁଦି ପିନ୍ଧୁଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।ସେଥିପାଇଁ ଯେଉଁ ମାନଙ୍କର କଥା କଥାକରେ ରାଗିବାର ସମସ୍ୟା ଅଛି ସେମାନେ ଏହି ମୁଦି ପିନ୍ଧିବା ଆବଶ୍ୟକ।

ତମ୍ବା ମୁଦି ପିନ୍ଧିବା ଦ୍ଵାରା ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।ଉଚ୍ଚ ରକ୍ତଚାପ ଏବଂ ନିମ୍ନ ରକ୍ତଚାପ ରୋଗିକଙ୍କ ପାଇଁ ତମ୍ବା ମୁଦି ଲାଭଦାୟକ।ଏହା ସହିତ ଏହା ଶରୀରର ଫୁଲା ସମସ୍ୟା ମଧ୍ୟ ଦୂର କରିଥାଏ।ତମ୍ବା ମୁଦି ପିନ୍ଧିବା ଦ୍ଵାରା ତ୍ୱଚା ଏବଂ ସୂର୍ଯ୍ୟ ସମ୍ବଧୀୟ ସମସ୍ତ ରୋଗ ଦୂର ହୋଇଥାଏ।
ସାବଧାନତା:
ତମ୍ବା ମୁଦିର ସିଧାସଳଖ ସମ୍ପର୍କ ସୂର୍ଯ୍ୟ ସହ ହୋଇଥାଏ।ସେଥିପାଇଁ ଏହାକୁ ଅନାମିକା ଆଙ୍ଗୁଠିରେ ପିନ୍ଧିବା ଆବଶ୍ୟକ।ଏହା ଦ୍ବାରା ଜାତକରୁ ସୂର୍ଯ୍ୟଙ୍କ ଦୋଷ ଦୂର ହୋଇଥାଏ।

Leave a Reply

Your email address will not be published. Required fields are marked *