ନରେନ୍ଦ୍ର ମୋଦିଙ୍କ ଜୀବନୀ, ଚା ବିକାଳୀ ରୁ କିପରି ହେଲେ ପ୍ରଧାନମନ୍ତ୍ରୀ ,ନିହାତି ଥରେ ପଢନ୍ତୁ

ଯେଉଁ ପିଲା ଦିନେ ବୁଲି ବୁଲି ଟ୍ରେନରେ ଚାହା ବିକୁଥିଲା ସେହି ପିଲା ଦିନେ ଭାରତର ପ୍ରଧାନ ମନ୍ତ୍ରୀ ହେବେ ବୋଲି କେହି ବିଶ୍ୱାସ କରିନଥିଲେ କିନ୍ତୁ ସେ ହେଲା ପ୍ରଧାନ ମନ୍ତ୍ରୀ I ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଭାରତର 14 ତମ ପ୍ରଧାନ ମନ୍ତ୍ରୀ I ନରେନ୍ଦ୍ର ମୋଦିଙ୍କ ସମ୍ପୂର୍ଣ ନାମ ନରେନ୍ଦ୍ର ଦାମୋଦର ମୋଦି I ତାଙ୍କର ଜନ୍ମ ବମ୍ବେ ରାଜ୍ୟର ଭାଡନଗରରେ 17 ସେପ୍ଟେମ୍ବର 1950 ମସିହାରେ ହେଇଥିଲା ଯାହା ବର୍ତ୍ତମାନ ଗୁଜୁରାଟ ରାଜ୍ୟରେ ଅବସ୍ତିତ I

ତାଙ୍କର ଜନ୍ମ ଟେଲି ପରିବାରରେ ହୋଇଥିଲା ତାଙ୍କ ବାପାଙ୍କ ନାଁ ଥିଲା ଦାମୋଦର ମୁଲଚାନ୍ଦ ମୋଦି ଏବଂ ମାଙ୍କ ନାଁ ହୀରାବେନ ମୋଦି I ତାଙ୍କର ଜନ୍ମ ଅତ୍ୟନ୍ତ ଗରିବ ପରିବାରରେ ହେଇଥିଲା ଓ ତାଙ୍କ ବାପା ୱାଡ଼ନଗର ରେଲଏ ଷ୍ଟେସନରେ ଚାହା ଦୋକାନ ଦେଇଥିଲେ ଓ ଛୋଟବେଳେ ନରେନ୍ଦ୍ର ମୋଦି ତାଙ୍କ ବାପାଙ୍କୁ ସାହାଯ୍ୟ କରୁଥିଲେ ଓ ଟ୍ରେନରେ ବୁଲି ବୁଲି ଚାହା ବିକ୍ରି କରୁଥିଲେ କିନ୍ତୁ ପାଠପଢ଼ାରେ ମଧ୍ୟ ଧ୍ୟାନ ଦେଉଥିଲେ I 1967 ମସିହାରେ ୱାଡ଼ନଗରରୁ ସେ ସମ୍ପୂର୍ଣ ପାଠପଢା ଶେଷ କଲେ I ପାଠ ପଢ଼ା ବ୍ୟତୀତ ନୃତ୍ୟ ଓ ଭାଷଣ ପ୍ରତି ମଧ୍ୟ ଧ୍ୟାନ ଥିଲା I ସ୍କୁଲୁ ରେ ନାଟକ ଓ ଭାଷଣ ଦ୍ୱାରା ସମସ୍ତଙ୍କୁ ଆକର୍ଷଣ କରୁଥିଲେ I

1978 ମସିହାରେ ଦିଲ୍ଲୀ ୟୁନିଭର୍ସିଟିରୁ ଡିଷ୍ଟାନ୍ସରେ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ ପୁରା କଲେ I 1983 ମସିହାରେ ସେ ଗୁଜୁରାଟ ୟୁନିଭର୍ସିଟିରୁ ଡିଷ୍ଟାନ୍ସରେ ରାଜନୀତି ବିଜ୍ଞାନରେ ଏମ.ଏ ପୁରା କରିଥିଲେ I ୮ ବର୍ଷ ବୟସରେ ସେ ଆର .ଏସ .ଏସ ରେ ଯୋଗ ଦେଇଥିଲେ I ଆର .ଏସ .ଏସ .ରେ ପ୍ରଶିକ୍ଷଣ ଟ୍ରେନିଙ୍ଗି ନେଲାବେଳେ ତାଙ୍କର ଭେଟ ଅନେକ ନେତାଙ୍କ ସହିତ ହୋଇଥିଲା I 13 ବର୍ଷ ବୟସରେ ତାଙ୍କର ନିର୍ବନ୍ଧ ଯଶୋଦା ବେନଙ୍କ ସହିତ ହୋଇଥିଲା ଓ 18 ବର୍ଷ ବୟସରେ ତାଙ୍କର ବାହାଘର ମଧ୍ୟ ହୋଇଗଲା କିନ୍ତୁ ମୋଦି ଏହି ବାହାଘର ବିରୋଧରେ ଥିଲେ ଓ ବାହାଘର ପରେ ସେ ଘର ଛାଡି ପଳେଇଗଲେ

I ଦୁଇ ବର୍ଷ ଭିତରେ ଭାରତରେ ଥିବା ଆଶ୍ରମ ଓ ମଠ ବୁଲି ଭାରତର ସଂସ୍କୃତିକୁ ବୁଝିବାକୁ ଚେଷ୍ଟା କଲେ I 1969 ମସିହାରେ କିଛିଦିନ ପାଇଁ ୱାଦନଗର ଆସିଲେ କିନ୍ତୁ ସେଠି ବେଶିଦିନ ନରହି ଅହମଦବାଦ ବାହାରିଗଲେ I ସେଠି ସେ ମାମୁଙ୍କ ପାଖରେ ରହିଲେ ଓ ଗୁଜୁରାଟ ରୋଡ଼ ଟ୍ରାନ୍ସପୋର୍ଟରେ ଥିବା ମାମୁଙ୍କ କ୍ୟାଣ୍ଟିନିରେ କାମ କଲେ 1971 ମାସିହାରେ ଭାରତ ପାକିସ୍ତାନ ଯୁଦ୍ଧ ପରେ ସେ ମାମୁଙ୍କ ପାଖରୁ କାମ ଛାଡିଦେଲେ ଓ ଆର .ଏସ .ଏସ ପାଇଁ ଫୁଲ ଟାଇମ ପ୍ରଚାରକ ହୋଇଗଲେ I

ସେବେଠାରୁ ତାଙ୍କର ରାଜନୀତି କ୍ୟାରିଅର ଆରମ୍ଭ ହେଲା I 1975 ମସିହାରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଷ୍ଟେଟ ଏମ୍ରଜେନ୍ସି ପାଇଁ ଘୋଷଣା କଲେ ସେଥିପାଇଁ ବିଭିନ ରାଜନେତା ମାନଙ୍କୁ ବନ୍ଦୀ କରିଦିଆଗଲା ଓ ଏହି ସମୟରେ ଏମର୍ଜେନ୍ସି ବିରୋଧରେ କାର୍ଯ୍ୟ କରୁଥିବା ଏକ ସଂଘ ଗୁଜୁରାଟ ଲୋକ ସଂଘର୍ଷ ସମିତିର ଜେନେରାଲ ସେକ୍ରେଟେରୀ ଭାବେ ନିଯୁକ୍ତି କରାଯାଇଥିଲା I ଏମର୍ଜେନ୍ସି ସମୟରେ ଆର.ଏସ.ଏସ କୁ ବ୍ୟାନ କରିଦିଆଗଲା କିନ୍ତୁ ନରେନ୍ଦ୍ର ମୋଦି ଛଦ୍ମ ବେଶରେ ରହି ଭାରତର ବିଭିନ ଜାଗାରେ ବୁଲି ସରକାର ବିରୋଧରେ ପ୍ରଚାର କରୁଥିଲେ ଏହାପରେ ସେ ଆର .ଏସ.ଏସ ର ଏକ ଜଣାଶୁଣା ଚେହେରା ହୋଇଯାଇଥିଲା I

ସେ ସୁରାଟରେ ଆର .ଏସ.ଏସ ର ପ୍ରଚାର କରୁଥିଲେ I ଆର .ଏସ .ଏସ ରେ ଜଡିତ ଥିବାରୁ ତାଙ୍କୁ 1985 ମସିହାରେ ବିଜେପି.ରେ ସାମିଲ କରାଗଲା I ବିଜେପି ରେ ଆସିବାର ଦୁଇ ବର୍ଷ ପରେ 1987 ରେ ଗୁଜୁରାଟ ମୁନିସିପାଲିଟି ଇଲେକ୍ସନର କ୍ୟାମ୍ପିଙ୍ଗ ପାଇଁ ବହୁତ ପରିଶ୍ରମ କଲେ ଓ ବିଜେପି .ବିଜୟ ଲାଭ କଲା I ତାଙ୍କର ଏହି କାର୍ଯ୍ୟ ଦେଖି ତାଙ୍କୁ ଗୁଜୁରାଟ ୟୂନିଟିର ଅର୍ଗାନାଇଜିଞ୍ଜି ସେକ୍ରେଟେରୀ କରିଦିଆଗଲା I ତାଙ୍କର ଅଲଗା ପ୍ରକାର ରାଜନୀତି ଯୋଗୁ ସେ ଆହୁରି ଆଗକୁ ଗଲେ I 1990 ମସିହାରେ ଗୁଜୁରାଟ ଇଲେକ୍ସନ କମିଟିର ସଦସ୍ୟ କରିଦିଆଗଲା 1992 ମସିହାରେ ସେ ରାଜନୀତିରୁ କିଛି ସମୟ ପାଇଁ ବ୍ରେକ ନେଲେ କିନ୍ତୁ 1994 ମସିହାରେ ଆଡ଼ୱାନଙ୍କ ଅନୁରୋଧ ରକ୍ଷା କରି ପୁଣି ପଲିଟିକ୍ସକୁ ଆସିଗଲେ ଆସିବାର କିଛି ଦିନ ପରେ ବିଜେପି .ର ନେସନାଲ ସେକ୍ରେଟେରୀ କରିଦିଆଗଲା ଓ ରାଜନୀତିରେ ସେ ବହୁତ ଆଗକୁ ଗଲେ I

1998 ମସିହାରେ କେଶୁଭାଇ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ବନେଇବାର ଦାଇତ୍ୱ ଦିଆଯାଇଥିଲା I କେଶୁଭାଇ ପଟେଲ ଙ୍କର ଦେହ ଅସୁସ୍ଥ କାରଣରୁ 7 ଅକ୍ଟୋବର 2001ରେ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟ ମନ୍ତ୍ରୀ ବନାଇଦିଆଗଲା I ଏହି ସମୟରେ ନରେନ୍ଦ୍ର ମୋଦି ତାଙ୍କ ଜୀବନର ସବୁଠୁ କଷ୍ଟ ସମୟ ଦେଇ ଗତି କଲେ I ତାଙ୍କର ଲୋକପ୍ରିୟତା ଦେଖି 2014ରେ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିକୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଗଲା I ଆଉ ପ୍ରଧାନମନ୍ତ୍ରୀ ଭାବରେ ସାରା ବିଶ୍ୱରେ ଏକ ଚର୍ଚିତ ଚେହେରା ପାଲଟିଯାଇଛନ୍ତି ମୋଦି I

Leave a Reply

Your email address will not be published. Required fields are marked *