ସଙ୍କଟ ରେ ପାକିସ୍ତାନ ;ପାକିସ୍ତାନୀ ମୁଦ୍ରା ନେପାଳର ମୁଦ୍ରା ତୁଳନାରେ ବହୁ ତଳକୁ ଖସିଯାଇଛି

ପୂର୍ଵ ବର୍ଷ ପାକିସ୍ତାନ ପଇସାରେ 20 ରୁ ଅଧିକ ତଳକୁ ଖସିଯାଇଥିବା କାରଣରୁ ତାକୁ ଏସିଆର 13 ମହାନ ମୁଦ୍ରା ଭିତରୁ ସବୁଠୁ ଦୁର୍ବଳ ମୁଦ୍ରା ବୋଲି କୁହାଯାଇଥିଲା I ଦୈନିକ ଖବରର ଏକ ରିପୋର୍ଟ ଅନୁସାରେ ମେ ମାସରେ ପାକିସ୍ତାନ ତଳକୁ ଖସିଯାଇଛି I ପାକିସ୍ତାନ ମୁଦ୍ରାର ମୁକାବିଲା ଆଫଗାନିସ୍ତାନ ,ବାଙ୍ଗଲାଦେଶ ଓ ନେପାଳର ମୁଦ୍ରା ସହ ସ୍ଥିର କରାଯାଇଛି I ଏକ ଡଲାର ହିସାବରେ ଆଫଗାନିସ୍ତାନ ମୁଦ୍ରାର ମୂଲ୍ୟ 79,ଭାରତ ମୁଦ୍ରାର ମୂଲ୍ୟ 70,ବାଙ୍ଗଲାଦେଶ ଟାକାର 84 ଓ ନେପାଳ ମୁଦ୍ରାର 112

I ଏହା ମଧ୍ୟରେ ପାକିସ୍ତାନର ସେୟାର ବଜାରରେ ପଇସାର ଆକାଶ ପାତାଳ ଫରକ ଦେଖାଦେଇଛି I ଶୁକ୍ରବାରଦିନ ବଜାରରେ ପାକିସ୍ତାନୀ ପଇସାର ଘାଟା ହୋଇଥିବା କାରଣ ଯୋଗୁ ସେୟାର ବଜାର 800 ଅଙ୍କ ତଳକୁ ଖସିଗଲା I ବେପାରରେ ଆକାଶ ପାତାଳ ଫରକ ଯୋଗୁ ଇଣ୍ଟର ବ୍ୟାଙ୍କ ମାର୍କେଟରେ ପାକିସ୍ତାନୀ ପଇସା ଡଲାର ତୁଳନାରେ 149 ପର୍ଯ୍ୟନ୍ତ ଚାଲିଗଲା I ଏକ୍ସଚେଞ୍ଜ କମ୍ପାନୀ ଆସୋସିୟସନ ପାକିସ୍ତାନ ଅନୁସାରେ ଖୋଲା ବଜାରରେ ଏକ ଡଲାର ତୁଳନାରେ ପାକିସ୍ତାନୀ ପଇସା 151 ପର୍ଯ୍ୟନ୍ତ ପହଂଚିଗଲାଣି I

ଦୁଇଦିନ ଭିତରେ ପାକିସ୍ତାନୀ ପଇସାରେ 5% ଅବମୂଲ୍ୟ ଦେଖାଯିବା କାରଣରୁ ବ୍ୟବସାୟରେ ସମସ୍ୟା ଦେଖାଦେଇଛି I 17 ବର୍ଷ ମଧ୍ୟରେ ସେୟାର ବଜାରରେ ଏହା ସବୁଠୁ ଖରାପ ସପ୍ତାହ ବୋଲି କୁହାଯାଇଛି I ଖବର ଅନୁସାରେ ଇମ୍ରାନ ଖାନ ମାମଲାର ସମାଧାନ ପାଇଁ ସେୟାର ମାର୍କେଟକୁ ନେଇ କରାଚିରେ ପହଁଚିଲେ I ଏହାକୁ ନିୟନ୍ତ୍ରିତ କରିବା ପାଇଁ ପ୍ରଥମେ ଏକ ମାର୍କେଟ ସପୋର୍ଟ ଫଣ୍ଡ ବନାଇବାକୁ ଦାବି କଲେ I କିଛି ଲୋକଙ୍କ କହିବା ଅନୁସାରେ ସେଠାରେ ସପୋର୍ଟ ଫଣ୍ଡ ,ବିନିମୟ ଦର ଓ ସୁଧ ଦର ଉପରେ ଚର୍ଚ୍ଚା ହୋଇଥିଲା I

ଷ୍ଟେଟ ବ୍ୟାଙ୍କ କହିଛି କି ଷୋମବାର ଦିନ ତାର ମୌଦ୍ରିକ ନୀତି ଘୋଷଣା କରିବ I ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ଅନୁସାରେ ଡଲାର ମୁକାବିଲାରେ ପାକିସ୍ତାନୀ ପଇସା ତଳକୁ ଖସିଯାଇଛି I ଏହା ହବାଦ୍ୱାରା ମାର୍କେଟରେ କ୍ଷୟକ୍ଷତି ହୋଇଛି ଓ ଅବମୂଲ୍ୟ ଖବର ବଜାରର ଭରସା ଉପରେ ପ୍ରଭାବ ପକାଇଛି I କଞ୍ଚାମାଲର ଦର ବଢିବା ଯୋଗୁ ଉପଭୋକ୍ତାଙ୍କ ଉପରେ ପ୍ରଭାବ ପଡିବ I ଏହା ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଇବ I

Leave a Reply

Your email address will not be published. Required fields are marked *