ଦେବୀ ମାଙ୍କ ମନ୍ଦିର ଯେଉଁଠି ହିନ୍ଦୁ ଓ ମୁସଲମାନ ଚପଲ ସ୍ୟାଣ୍ଡେଲ ଅର୍ପିତ କରି ପୂଜା କରିଥାନ୍ତି

ଦୁନିଆରେ ଭାରତକୁ ଧାର୍ମିକ ଦେଶ ବୋଲି ମାନନ୍ତି ଦେଶରେ ଭିନ ଭିନ ଜାତିର ଲୋକ ବସବାସ କରନ୍ତି I
ନିଜର ଦେବୀ ଦେବତାଙ୍କୁ ପୂଜା କରିଥାନ୍ତି I ଭାରତରେ ବହୁତ ସାରା ମନ୍ଦିର ଉପସ୍ଥିତ ଅଛି ତା ଭିତରେ ଏମିତି କିଛି ମନ୍ଦିର ଅଛନ୍ତି ଯାହା ନିଜର ବିଶେଷ୍ୟତ୍ୱ ପାଇଁ ପ୍ରସିଦ୍ଧ ଅଟନ୍ତି I ସେହି ମନ୍ଦିର ପ୍ରତି ଲୋକଙ୍କର ଅତୁଟ ବିଶ୍ୱାସ ରହିଥାଏ I ଆଜିକାଲି ମନ୍ଦିରେ ବହୁ ସାରା ଚମତ୍କାର ଦେଖିବାକୁ ମିଳିଥାଏ I ଯେଉଁ ଲୋକଙ୍କର ଭଗବାନଙ୍କ ଉପରେ ବିଶ୍ୱାସ ଥାଏ ଚମତ୍କାର ବହୁତ ବଡ ଭୂମିକା ଲିଭାଇଥାଏ ଓ ଯେଉଁ ଲୋକଙ୍କର ଭଗବାନଙ୍କ ଉପରେ ବିଶ୍ୱାସ ନଥାଏ ସେମାନେ ଏହାକୁ ଅନ୍ଧବିଶ୍ୱାସ ବୋଲି ମାନନ୍ତି I

କଥାରେ ଅଛି ମାନିଲେ ଠାକୁର ନମାନିଲେ ପଥର I ଏମିତି ଏକ ମନ୍ଦିର ଅଛି ଯେଉଁଠି ହିନ୍ଦୁ ଓ ମୁସଲମାନ ଦୁଇଜଣଯାକ ଭଗବାନଙ୍କୁ ଚପଲ ସ୍ୟାଣ୍ଡେଲ ଅର୍ପିତ କରି ପୂଜା କରିଥାନ୍ତି I ସେହି ମନ୍ଦିର କର୍ଣାଟକର ଗୁଲାବରଗାରେ ଅବସ୍ତିତ ଅଛି I ଏହି ମନ୍ଦିରର ନାଁ ହେଉଛି ଲକ୍ଷ୍ମୀ ମନ୍ଦିର I ଏହି ମନ୍ଦିର ପାଖରେ ଏକ ନିମ ଗଛ ଅଛି ଯେଉଁଠି ଭକ୍ତମାନେ ପୂଜା ସାମଗ୍ରୀ ହିସାବରେ ଚପଲ ଓ ସ୍ୟାଣ୍ଡେଲ ଅର୍ପିତ କରିଥାନ୍ତି ମାନ୍ୟତା ଅନୁସାରେ ଦେବୀମା ରାତିରେ ସେହି ଚପଲକୁ ପିନ୍ଧିଥାନ୍ତି I

ଏହା କରିବା ଦ୍ୱାରା ଲୋକଙ୍କର ଦୁଃଖ ଦୂର ହୋଇଥାଏ ବୋଲି ଏଠିକାର ଲୋକ କହିଥାନ୍ତି I ଏମିତି କୁହଂତିକି ଏଠାରେ ଗୋଡ ଓ କଷ୍ଟରେ ଚିନ୍ତିତ ଥିବା ଲୋକଙ୍କର ବେଶୀ ଭିଡ ଲାଗିଥାଏ I

ପ୍ରଥମେ ଏଠାରେ ବଳି ଦିଆଯାଉଥିଲା ସରକାର ଏହାକୁ ବନ୍ଦ କରିଦେବାରୁ ଲୋକେ ଚପଲ ଅର୍ପିତ କରିବାକୁ ଲାଗିଲେ I ସେବେଠୁ ଏହି ପରମ୍ପରା ଆରମ୍ଭ ହେଇଛି I ଏହି ମନ୍ଦିରର ବିଶ୍ଵେଶ୍ଵତା ହେଉଛି ଏଠାରେ ମୁସଲିମ ପୂଜାରୀ ଵନିଥାନ୍ତି I ମୁସଲିମ ତାଙ୍କ ଇଛାରେ ଏଠାରେ ପୂଜାରୀ ହୋଇଥାନ୍ତି I ଏହି ମନ୍ଦିରରେ ହିନ୍ଦୁ ଓ ମୁସଲିମ ଦୁଇଜଣଯାକ ପୂଜା କରିଥାନ୍ତି ଓ ମାତାଙ୍କୁ ଚପଲ ଓ ସ୍ୟାଣ୍ଡେଲ ଅର୍ପଣ କରିଥାନ୍ତି I

Leave a Reply

Your email address will not be published. Required fields are marked *