ଭବିଷ୍ୟତ କେବଳ ଚାକିରୀ ରେ ନୁହଁ କ୍ଷେତ ରେ ବି ଥାଏ:ବାପା ଙ୍କ ବୃତ୍ତି କୁ ଆଦରି ନେଇ ସେଥିରେ ଭବିଷ୍ୟତ ର ସ୍ଵପ୍ନ ଦେଖିଛନ୍ତି ଦିବ୍ୟାଲୋଚନ

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ରେ ଉଦାହରଣ ପାଲଟିଲେ ଯୁବକ ଦିବ୍ୟାଲୋଚନ ମହାନ୍ତି।ଯୋଗ୍ୟତା ମାଟ୍ରିକ ପାସ।ମାଟ୍ରିକ ପାଠ ପରେ ବେଶ୍ କିଛି ଦିନ ବେକାର ରହିବା ପରେ ତାଙ୍କ ମନରେ ସୃଷ୍ଟି ହୋଇଥିଲା ନୂତନ ଆଶାର ସଂଚାର।ନିଜ ବାପାଙ୍କ ଚାଷ ବୃତିକୁ ଆଦରି ନେଇ ସେ ଦେଖିଥିଲେ ଭବିଷ୍ୟତର ସ୍ବପ୍ନ।ମାତ୍ର ୬୦ ଡିସିମିଲ ଚାଷ ଜମିରେ ସେ ଆରମ୍ଭ କରିଥିଲେ ଚାଷ।ପ୍ରଥମେ ପ୍ରଥମେ ଚାଷରେ କ୍ଷତି ସହିଥିଲେ ମଧ୍ୟ ଭାଙ୍ଗି ପଡି ନ ଥିଲେ ସେ।

ପରେ ଇସ୍ରାୟେଲ୍ ପଦ୍ଧତିରେ ଚାଷ କରିବାକୁ ମନ ବଳାଇ କୃଷି ବିଜ୍ଞାନ କେନ୍ଦ୍ରରୁ ତାଲିମ ଗ୍ରହଣ କରିଥିଲେ।ପରେ ଜମିକୁ ବନ୍ଧା ପକାଇ ବ୍ୟାଙ୍କରୁ ୧୮ ଲକ୍ଷ ଟଙ୍କା ଋଣ ନେଇ ଆଧୁନିକ ପଦ୍ଧତିରେ ଚାଷ ଆରମ୍ଭ କରିଥିଲେ।

ପ୍ରଥମ ବର୍ଷ କିନ୍ତୁ ବିଶେଷ ଲାଭ ହେଲା ନାହିଁ।କିନ୍ତୁ ସେ ନିଜ ଜିଦ୍ ରେ ଅଟଳ ରହି ଆଜି ଜଣେ ସଫଳ ଚାଷୀ ରୂପେ ଛିଡ଼ା ହୋଇଛନ୍ତି। ଏବେ ସେ ତାଙ୍କ ଜମିରେ ଛତୁ,ଟମାଟୋ,ଝୁଡ଼ଙ୍ଗ,କାଶ୍ମୀର ଲଙ୍କା ଆଦି ଚାଷ କରୁଛନ୍ତି।ଏବଂ ବେଶ୍ ଦୁଇ ପଇସା ମଧ୍ୟ ରୋଜଗାର କରୁଛନ୍ତି।ଆଜିର ଯୁବପିଢି ଚାଷକୁ ମୁହଁ ମୋଡୁଥିବା ବେଳେ ସେମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଏହି ଯୁବକ।ଆଗକୁ ଅଧିକ ଜମି ନେଇ ଚାଷକୁ ଆହୁରି ବଡ କରିବାକୁ ଆଶା ରଖିଛନ୍ତି ସେ।

Leave a Reply

Your email address will not be published. Required fields are marked *