ମାଟ୍ରିକ ପରୀକ୍ଷାରେ ୯୧ ପ୍ରତିଶତ ନମ୍ୱର ରଖିଲେ ଅଟୋ ଚାଳକଙ୍କ ପୁଅ

ମାଟ୍ରିକ ପରୀକ୍ଷାରେ ୯୧ ପ୍ରତିଶତ ମାର୍କ ରଖିଲେ ଅଟୋ ଚାଳକଙ୍କ ପୁଅ।ଦୃଢ଼ ଇଚ୍ଛା ଶକ୍ତି ଏବଂ କଠୋର ପରିଶ୍ରମ ଆଗରେ ସବୁକିଛି ହାର ମାନିଛି।ଏହି କଥାକୁ ସତ୍ୟରେ ପରିଣତ କରିଛନ୍ତି ସହିଦ ନଗରର ତ୍ରିନାଥ ନାୟକଙ୍କ ପୁଅ ଅବିନାଶ।ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ପଛରେ ପକାଇ ସେ ମାଟ୍ରିକ ପରୀକ୍ଷାରେ ୯୧ ପ୍ରତିଶତ ମାର୍କ ରଖିଛନ୍ତି।
ସେ ନିଜ ପରୀକ୍ଷା ଫଳ ନେଇ ବହୁତ୍ ଖୁସି। ଭୁବନେଶ୍ୱର ୟୁନିଟ୍ ୩ କ୍ୟାପିଟାଲ ହାଇସ୍କୁଲ ରେ ଜଣେ ମେଧାବୀ ଛାତ୍ର ଅବିନାଶ।ସେ ଏଥର ମେଟ୍ରିକ୍ ପରୀକ୍ଷାରେ ୯୧.୫ ପ୍ରତିଶତ ଅର୍ଥାତ୍ ୫୫୦ ମାର୍କ ରଖି ଉତ୍ତ୍ରିନ ହେବା ସହ A1 ରଖିଛନ୍ତି।

ସବୁଠୁ ବଡ଼ କଥା ହେଲା ଅବିନାଶଙ୍କ ବାପା ଜଣେ ଅଟୋ ଡ୍ରାଇଭର।ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ମଧ୍ୟ ନୁହେଁ।ବାପା ତ୍ରିନାଥ କିନ୍ତୁ ସବୁ ସମୟରେ ସାହାଯ୍ୟ କରି ଆସିଛନ୍ତି ଅବିନାଶଙ୍କୁ।ନିଜ ପାରୁ ପର୍ଯ୍ୟନ୍ତ ସବୁ ସୁବିଧା ଯୋଗାଇ ଦେବାପାଇଁ ଚେଷ୍ଟା କରିଛନ୍ତି।ଆଜି ପୁଅର ଏହି ସଫଳତା ଦେଖି ସେ ବହୁତ୍ ଖୁସି।
ପରୀକ୍ଷା ବିଷୟରେ ନିଜର ସଫଳତା ବିଷୟରେ ସେ କୁହନ୍ତି କି ସେ ଦିନକୁ ୫ ରୁ ୬ ଘଣ୍ଟା ପରିଶ୍ରମ କରନ୍ତି।ତାଙ୍କର ଏହି ସଫଳତା ପଛରେ ସ୍କୁଲର ସମସ୍ତ ଶିକ୍ଷକ ଏବଂ ପରିବାର ଲୋକଙ୍କ ସହଯୋଗ ରହିଛି।ଭବିଷ୍ୟତରେ ଜଣେ ଆଇପିଏସ୍ ଅଫିସର୍ ହେବାର ସେ ଲକ୍ଷ ରଖିଛନ୍ତି।

Leave a Reply

Your email address will not be published. Required fields are marked *