ମୋଦି ଆଉଥରେ ପ୍ରଧାନମନ୍ତ୍ରୀ ହେବା ପାଇଁ ମୁସଲିମ ଯୁବକମାନେ ମସଜିଦ ରେ କଲେ ପ୍ରାଥନା

ଗୋରଖପୁର:ମେ 23 ରେ ଘୋଷଣା ହେବାକୁ ଯାଉଛି ନିର୍ବାଚନର ଫଳାଫଳ I ସେଥିପାଇଁ ଗୋରଖପୁରରେ ମୁସଲିମ ଯୁବକମାନେ ନରେନ୍ଦ୍ର ମୋଦି ଆଉଥରେ ପ୍ରଧାନମନ୍ତ୍ରୀ ହେବା ପାଇଁ ହଜରତ ଅଲ୍ଲୀ ସାହା ବାବାଙ୍କ ମଜାର ଉପରେ ଚାଦର ପାରି ଦୁଆ ମାଗିଛନ୍ତି Iପୂର୍ବରୁ ମଧ୍ୟ ଭାଜପାର ଅଳ୍ପସଂଖ୍ୟକ କାର୍ଯ୍ୟକର୍ତାଙ୍କ ସହ ଯୁବକ ମାନେ ମିଶି ପ୍ରଥମ ଥର ପାଇଁ ମଜାର ଉପରେ ଚାଦର ଚଢ଼ାଇଥିଲେ ଓ ଭାଜପାର ବିଜୟ ହୋଇଥିଲା I ଇରଫାନ ଅହମ୍ମଦ କହିଲେ ଏଥରବି ଭାଜପା ପୁର୍ଣ ବହୁମତରେ ସରକାର ହେଉ ଓ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୁଅନ୍ତୁ I ସେଥିପାଇଁ ଯୁବକମାନେ ମଜାର ଉପରେ ଚାଦର ପାରି ନରେନ୍ଦ୍ର ମୋଦି ଆଉଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଦୁଆ ମାଗୁଛନ୍ତି ଭାଜପାର ପୂର୍ବ ପ୍ରଦେଶ କାର୍ଯ୍ୟସୀମିତ ସଦସ୍ୟ ଇରଫାନ ଅହମ୍ମଦଙ୍କ ନେତୃତ୍ୱରେ କାର୍ଯ୍ୟକର୍ତା ଓ ମୁସଲିମ ସମାଜର ଲୋକ ଧର୍ମଶାଳା ପାଖରେ ଥିବା ହଜରତ ସାହା ବାବାଙ୍କ ମଜାରରେ ଚାଦରପେଷି କରିବାକୁ ପହଁଚିଲେ

Iମଜାରରେ ଦୁଆ ମାଗିଲେକି ଭାଜପା ପ୍ରଚଣ୍ଡ ବହୁମତରେ ସରକାର ଗଠନ କରୁ I ଇରଫାନ ଅହମ୍ମଦ କହିଥିଲେ କି ପୂର୍ବରୁ ବିଧାନସଭା ନିର୍ବାଚନ ହୋଇଥିଲା ସେତେବେଳେ ସେହି ଲୋକମାନେ ମୁସଲିମ ସମାଜର ଲୋକଙ୍କ ସହ ମିଶି ଭାଜପା ପୁର୍ଣ ବହୁମତରେ ସରକାର ଗଠନ କରୁ ବୋଲି ଚାଦରପେଷି କରିଥିଲେ ତାସହ ଉତ୍ତର ପ୍ରଦେଶରେ ସାଂସଦ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଦୁଆ ମାଗିଥିଲେ I

ଭାଜପା ସରକାର ହେବା ସହିତ ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେଲେ I 2019 ଲୋକସଭା ନିର୍ବାଚନରେ ଭାଜପା ଗୋରଖପୁରରେ ଫିଲ୍ମି ଅଭିନେତା ରବିକିସାନଙ୍କୁ ମୈଦାନକୁ ଓଲ୍ହାଇଛି ତାଙ୍କ ବିରୋଧରେ ଲଢ଼ୁଛନ୍ତି ଗଠବନ୍ଧନ ର ପ୍ରତ୍ୟାଶୀ ରାମଭୁଆଲ ନିଷାଦ I

Leave a Reply

Your email address will not be published. Required fields are marked *