ଶାହାଙ୍କ ଶାହି ଭୋଜନ : ଏକଜିଟ୍‌ ପୋଲ ପରେ ଏନ୍‌ଡିଏର ନେତାମାନଙ୍କ ପାଇଁ ଶାହି ଭୋଜନର ଅୟୋଜନ କରିଥିଲେ ଶାହା

ଏକଜିଟ ପୋଲ ର ଫଳାଫଳ ପ୍ରକାଶ ପାଇଲା ପରେ ଅମିତ୍ ଶାହା ଖୁସି ହୋଇ ରାତ୍ରି ଭୋଜନ ର ଆୟୋଜନ କରିଥିଲେ। କାରଣ ଏହି ଫଳାଫଳ ରେ ବିଜେପି ପୁଣିଥରେ ସରକାର ଗଢ଼ିବା ବୋଲି ସ୍ପଷ୍ଟ ହୋଇଥିଲା। ଏହି ଖବର ମିଳିବା ୨ ଦିନ ପୂର୍ବରୁ ଶାହା ଏନଡିଏ ର ଦିଗ୍ଗଜ ନେତାମାନଙ୍କୁ ସ୍ୱାଦିଷ୍ଠ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ଏବଂ ସେମାନଙ୍କୁ ସ୍ୱାଦିଷ୍ଠ ଭୋଜନ କରାଇ ନେତା ମାନଙ୍କ ମନ ଜିଣିବାର ପ୍ରୟାସ କରିଥିଲେ। ମଙ୍ଗଳବାର ଦିନ ଆୟୋଜନ କରାଯାଇଥିବା ଏହି ଭୋଜିରେ ନେତାମାନଙ୍କ ଖାସ୍ ପସନ୍ଦ କୁ ଧ୍ୟାନ ଦିଆଯାଇ ୩୫ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା।

ସୂଚନା ଅନୁଯାୟୀ ଏହି ପାର୍ଟୀ ଦିଲ୍ଲୀ ର ଅଶୋକା ହୋଟେଲ୍ ରେ କରାଯାଇଥିଲା ଏବଂ ଏହି ପାର୍ଟି ରେ ଶିବସେନା ର ପ୍ରମୁଖ ଉଦ୍ଧବ କୁମାର, ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର, ଶିରୋମଣି ଅକାଳି, ଦଳ ର ପ୍ରକାଶ ସିଂ ବାଦଲ ଏବଂ ତାଙ୍କ ପୁଅ ସୁଖବିର୍ ସିଂହ ବାଦଲ, ଅପନା ଦଳରୁ ଅନୁପ୍ରୀୟା ପଟେଲ ଏବଂ ଅାର୍ ପି ଆଇ ରୁ ରାମଦାସ ଆଠାବଲେ ଉପସ୍ଥିତ ଥିଲେ। ଏହା ବ୍ୟତୀତ ସେହି ପାର୍ଟୀ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ବ୍ୟତୀତ ଅନ୍ୟାନ୍ୟ ବିଜେପି ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

ଆପଣଙ୍କୁ ଏଠାରେ ଜନେଇ ରଖିବାକୁ ଚାହୁ କି ଏହି ଭୋଜନ ରେ ଅମିତ୍ ଶାହା ପନିର୍ ପସନ୍ଦା, ଭେଜ୍ ବିରିଆନି, ଆପଲ୍ ଜଲେବି, ମାଲପୁଆ ରାବେଡି, ଆଳୁ ଦମ୍, ଦହିବରା, କୁଲ୍ଫି, ମଲାଇ ମେଥି ଇତ୍ୟାଦି କୁ ମିଶାଇ ସମୁଦାୟ ୩୫ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ଏହାସହିତ ମୋଦି ଙ୍କ ପସନ୍ଦ କୁ ଆଖିଆଗରେ ରଖି ଅନେକପ୍ରକାର ଗୁଜରାଟୀ ବ୍ୟଞ୍ଜନ ମଧ୍ୟ ପରସା ଯାଇଥିଲା।

Leave a Reply

Your email address will not be published. Required fields are marked *