କେନ୍ଦ୍ରାପଡ଼ାରେ କମାଲ କରିବେ କି ଅନୁଭବ ? ବୈଜୟନ୍ତଙ୍କୁ ପଛରେ ପକାଇ ଆଗୁଆ ଅଛନ୍ତି ଅନୁଭବ

ନିର୍ବାଚନ ସମୟରେ କେନ୍ଦ୍ରାପଡ଼ା ର ନିର୍ବାଚନ ଥିଲା ସବୁଠୁ ଚର୍ଚ୍ଚା ରେ। କାରଣ ସେଠାରେ ଲୋକସଭା ପ୍ରାର୍ଥୀ ହିସାବରେ ସୁପର ଷ୍ଟାର୍ ଅନୁଭବ ଙ୍କ ବିପକ୍ଷରେ ଲଢ଼ୁଛନ୍ତି ବୈଜୟନ୍ତ ପଣ୍ଡା। ଏମାନଙ୍କ ମଧ୍ୟରେ ଲଢେ଼ଇ ବହୁତ୍ ଜୋରଦାର ରେ ଚାଲିଥିଲା ଏବଂ ସମସ୍ତେ ଅପେକ୍ଷା କରିଥିଲେ ମେ ୨୩ ର ଫଳାଫଳ କୁ। କିନ୍ତୁ ଆଜିର ଏହି ଭୋଟ ଗଣତି ରେ ଜଣାପଡିଛି କି ହୁଏତ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ବାଜିମାତ କରିପାରନ୍ତି। କାରଣ ଅନୁଭବ ବର୍ତମାନ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଙ୍କ ଠାରୁ ୩ ହଜାର ୭ ସହ ଭୋଟ ରେ ଆଗୁଆ ରହିଛନ୍ତି। ଏବଂ ସେମାନଙ୍କ ପଛରେ ଅର୍ଥାତ୍ ତୃତୀୟ ସ୍ଥାନରେ ରହିଛନ୍ତି ଧରଣୀଧର ନାୟକ।

ସୂଚନା ଅନୁସାରେ ବର୍ତ୍ତମାନ ଓଡ଼ିଶା ର ମ୍ୟାଜିକ ନମ୍ବର ଅତିକ୍ରମ କରିସାରିଲାଣି ବିଜୁ ଜନତା ଦଳ। ମଧ୍ୟାହ୍ନ ୧୨ ଟା ସୁଦ୍ଧା ବିଜେଡି ୯୦ ଟି ବିଧାନସଭା ଆସନ ରେ ଆଗୁଆ ଥିବା ବେଳେ ବିଜେପି ୨୭ ଏବଂ କଂଗ୍ରେସ ୧୪ ଟି ଆସନ ରେ ରହିଛି। ସେଥିପାଇଁ ବିଜେଡି ଶିବିର ରେ ଉତ୍ସାହ ବଢ଼ିବାରେ ଲାଗିଛି।

Leave a Reply

Your email address will not be published. Required fields are marked *