ପୋଲିସ ସ୍କାନରରେ ଭୋଟଗଣତି କେନ୍ଦ୍ର ! ସ୍ପାଏ କ୍ୟାମେରା ବି ରଖିଛି ନଜର, ୨୦୦ ପ୍ଲାଟୁନ ଏସଏପି ନିୟୋଜିତ

ଆଜି ଭାଗ୍ୟ ନିର୍ଧାରଣ ହେବ।ରାଜ୍ୟର ମୋଟ୍ ୬୩ ଟି ଗଣତି କେନ୍ଦ୍ରରେ ଭୋଟ ଗଣତି ହେବ।ଏଥିପାଇଁ ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁସାରେ ଓଡ଼ିଶା ପୁଲିସ ଇଭିଏମ୍ ଷ୍ଟ୍ରଙ୍ଗ ରୁମ ଏବଂ ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଇଛି।ଗଣତି କେନ୍ଦ୍ର ଭିତରକୁ କେବଳ ନିର୍ବାଚନ ଅଫିସର୍,ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ପରିଚୟ ପତ୍ର ଧାରୀ ବ୍ୟକ୍ତିଙ୍କୁ ଛଡାଯିବ।
ଗଣତି କେନ୍ଦ୍ର ଭିତରକୁ କୌଣସି ପ୍ରକାର ଗୁପ୍ତ କ୍ୟାମେରା କିମ୍ବା ମୋବାଇଲ୍ ନେଇ ପାରିବେ ନାହିଁ। ଇଭିଏମ୍ ଷ୍ଟ୍ରଙ୍ଗ ରୁମ ଭିତରକୁ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଭିଡିଓ ରେକର୍ଡ଼ିଂ କରାଯିବାକୁ ପୋଲିସ ଡିଜି ଡାକ୍ତର ଆର୍.ପି.ଶର୍ମା ଜିଲ୍ଲା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି
ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଅନୁସାରେ ଗଣତି କେନ୍ଦ୍ର ଭିତରେ ୩୬ କମ୍ପାନୀ ସିଏପିଏଫ୍ ପକ୍ଷରୁ ପ୍ରଥମ ସ୍ଥରୀୟ ସୁରକ୍ଷା,ପରେ ଦ୍ଵିତୀୟ ସ୍ଥରରେ ୨୫୦ ପ୍ଲାଟୁନ୍ ଏସଏପି ସୁରକ୍ଷା ଏବଂ ବାହାର ପାର୍ଶ୍ଵରେ ତୃତୀୟ ସ୍ଥରିୟ ସୁରକ୍ଷାରେ ଜିଲ୍ଲା ପୋଲିସ ଏବଂ ହୋମ୍ ଗାର୍ଡଙ୍କୁ ନିଯୁକ୍ତ କରାଯିବ।

ଷ୍ଟ୍ରଙ୍ଗ ରୁମ୍ ଚାରି ପାଖରେ ସନ୍ଦୀଘ୍ନ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ଜଣେ ଡିଏସପି ଙ୍କ ଉପରେ ରଖାଯିବ।ପୂର୍ବ ଅଭିଜ୍ଞତା ଥିବା ପୁରୁଷ ଏବଂ ମହିଳା ପୋଲିସ ଅଫିସର ଗଣତି କେନ୍ଦ୍ରର ପ୍ରବେଶ ପଥରେ ନିୟୋଜିତ କରାଯିବ।ପ୍ରବେଶ ପଥରେ ମହିଳାଙ୍କୁ ଯାଞ୍ଚ୍ କରିବା ପାଇଁ ସ୍ଵତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା କରାଯିବ।ଦିଆସିଲ୍,ସିଗାରେଟ୍,ତମାଖୁ ଆଦି ଦ୍ରବ୍ୟ ଭିତରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ।
ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଫଳାଫଳ ଘୋଷଣା ପରେ ଶୋଭାଯାତ୍ରାରେ ବାହାରିବେ ଏହି ସମୟରେ କୋୖଣସି ଅପ୍ରୀତିକର ପରିସ୍ଥିତି କୁ ଏଡ଼ାଇବା ପାଇଁ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରାଯିବ।

Leave a Reply

Your email address will not be published. Required fields are marked *