“ଆଗକୁ ଆମ ପାଇଁ କଷ୍ଟକର ସମୟ ଆସୁଛି” ମୋଦି ଜିତିବା ପରେ ପାକିସ୍ତାନ ନେତାଙ୍କ ବୟାନ

ଚଳିତ ବର୍ଷ ନିର୍ବାଚନ ରେ ନରେନ୍ଦ୍ର ମୋଦି ବିପୁଳ ସଂଖ୍ୟା ରେ ଜଣ ମତ ପାଇ ବିଜୟ ଲାଭ କରିଛନ୍ତି। ଏଥି ପାଇଁ ପାକିସ୍ଥାନ ର ପ୍ରଧାନମନ୍ତ୍ରୀ ମଧ୍ୟ ମୋଦି ଙ୍କୁ ଜଣାଇଛନ୍ତି। ଅଭିନନ୍ଦନ ଜଣାଇବା ସତ୍ତ୍ଵେ ବି ସେ ମୋଦି ଙ୍କ କ୍ଷମତା କୁ ଆସିବାକୁ ସୁଭସଙ୍କେତ ମାନୁନହନ୍ତି।

ପାକିସ୍ଥାନ ର ପୂର୍ବତନ ସୂଚନା ମନ୍ତ୍ରୀ ସେରି ରେହେମାନ୍ କହିଛନ୍ତି ଯେ ଆଗକୁ ପାକିସ୍ଥାନ କୁ ଏକ କଠୋର ପଡୋଶୀ ର ସାମ୍ନା କରିବାକୁ ପଡ଼ିବ। ଏବଂ ଆଗାମୀ ଦିନ ପାକିସ୍ଥାନ ପାଇଁ ଆହୁରି କଷ୍ଟକର ଦିନ ଆସୁଛି। ମୋଦି ଥିବା ପର୍ଯ୍ୟନ୍ତ ଶାନ୍ତି କ୍ଷେତ୍ର ରେ ସେମିତି କିଛି ଅଗ୍ରଗତି ସମ୍ଭବ ହେବନାହିଁ ବୋଲି ରେହେମାନ କହିଛନ୍ତି।

ଗତ ୫ ବର୍ଷ ମୋଦି ଙ୍କ ଶାସନ କାଳ ପାକିସ୍ଥାନ ପାଇଁ ଅତ୍ୟନ୍ତ କଷ୍ଟକର ଦିନ ଥିଲା। ସେଥି ପାଇଁ ପାକିସ୍ଥାନ ଏଭଳି ଆଶଙ୍କା କରିଛି। ପୂର୍ବବର୍ତ୍ତୀ ସରକାର ମାନଙ୍କ ବିପରୀତ ମୋଦି ସରକାର ପାକିସ୍ଥାନ ଉପରେ ବିଭିନ୍ନ ସମୟରେ ଚାପ ପକାଇଥିଲେ। ଉରି ଓ ପୂଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ କରି ତାହାର କଡା ଜବାବ ଦେଇଥିଲେ।

Leave a Reply

Your email address will not be published. Required fields are marked *