ଆସନ୍ତା ୩୦ ତାରିଖରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋଦୀ

ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି। ଚଳିତ ବର୍ଷ ନିର୍ବାଚନ ରେ ସଂଖ୍ୟା ଗରିଷ୍ଠତା ହାସଲ କରି ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଆସନ୍ତା ୩୦ ତାରିଖ ରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ରିପୋର୍ଟ୍ ରୁ ଜଣ ପଡ଼ିଛି ଯେ ସେ ଆସନ୍ତା ୨୮ ଓ ୨୯ ତାରିଖ ରେ ବାରଣାସୀ ରେ ବୁଲି ଲୋକଙ୍କୁ ଭେଟିବେ ଓ ତା ପର ଦିନ ଅର୍ଥାତ୍ ମେ ୩୦ ତାରିଖ ଦିନ ସେ ଶପଥ ଗ୍ରହଣ କରିବେ।

ସୂଚନା ଅନୁସାରେ ବୈଠକ ଡକାଇବା ପୂର୍ବରୁ ଆଜି ସକାଳୁ ମୋଦି ବିଜେପି ର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଙ୍କ ସହିତ ମୁରଲୀ ମନୋହର ଯୋଶୀ ଙ୍କୁ ଭେଟିଛନ୍ତି। ମୋଦି ଙ୍କ ର ଏହି ବିଶାଳ ବିଜୟ ଖାଲି ଭାରତ ରେ ନୁହେଁ ସାରା ବିଶ୍ବ ରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ମେ ୩୦ ରେ ମୋଦି ଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ର ଅନ୍ୟାନ୍ୟ ସଦସ୍ୟ ମଧ୍ୟ ଶପଥ ପାଠ କରିପାରନ୍ତି ବୋଲି ସୂଚନା ରହିଛି।

Leave a Reply

Your email address will not be published. Required fields are marked *