ସହିଦ ଙ୍କ ଦାଦାଙ୍କୁ ତଣ୍ଟିଆ ମାରିବା ଘଟଣାରେ କ୍ଷମା ଦେଲେନି ଜନତା

ଭୋଟ ଗଣତି ଫଳାଫଳ ଘୋଷଣା ହେବା ପରେ ଅଧିକାଂଶ ନିର୍ବାଚନ ମଣ୍ଡଳୀ ରେ ବିଜେଡି ବିଜୟୀ ହେଇଥିବା ବେଳେ ଦଳ ର କେତେଜଣ ହେଭି ୱେଟ ପରାସ୍ତ ହେଇଯାଇଛନ୍ତି ସେହି ମଧ୍ୟରୁ ଦେବାଶିଷ ଅନ୍ୟତମ I କଟକ-ବାରବାଟୀର ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ କଂଗ୍ରେସ ଠାରୁ ହାରି ଯାଇଛନ୍ତି I ତାଙ୍କ ଠାରୁ କଂଗ୍ରେସ ପ୍ରାଥୀ ମହମ୍ମଦ ମୁକିମ ୩ହଜାର ୭୩୦ଟି ଭୋଟ ବ୍ୟବଧାନରେ ବିଜୟୀ ହେଇଛନ୍ତି I ତେବେ ଦେବାଶିଷ ହେଉଛନ୍ତି ସେହି ବିଧାୟକ ଯାହାଙ୍କ ନାମରେ ପଡୋଶୀ ପାକିସ୍ତାନ ରେ ମଧ୍ୟ ଚର୍ଚ୍ଚା ହେଇଥିଲା I

ପୁଲୱାମା ଘଟଣାରେ ସହିଦ ଙ୍କ ଦାଦା ଙ୍କୁ ତଣ୍ଟିଆ ମାରିବା ଘଟଣାରେ ସାରା ଭାରତ ରେ ସେ ଚର୍ଚିତ ହେବା ସହିତ ସତୃଦେଶ ପାକିସ୍ତାନ ରେ ମଧ୍ୟ ଚର୍ଚ୍ଚା ହେଇଥିଲା I ପରେ ଅବଶ୍ୟ ଘଟଣା ରେ ନାଟକୀୟ ମୋଡ ଆସିଥିଲା ଏବଂ ସହିଦ ଙ୍କ ଦାଦା ବୟାନ ରଖିଥିଲେ କି ଦେବାଶିଷ ତାଙ୍କୁ ଖରାପ ବ୍ୟବହାର କରିନାହାନ୍ତି I କିନ୍ତୁ ଭିଡିଓ ରେ ସ୍ପଷ୍ଟ ଜଣାପଡୁଥିଲା ଯେଉଁଥିରେ ଦେବାଶିଷ ତାଙ୍କୁ ଭିଡି ଆଣି ତଣ୍ଟିଆ ମାରି ତଳେ ବସାଇଦେଇଥିଲେ I

ଲୋକ ଙ୍କୁ ସିନା ଦେଖିଥିବା କଥା କୁ ମିଥ୍ୟା ବୋଲି ପ୍ରମାଣିତ କରିଦିଆଗଲା କିନ୍ତୁ ଜନତା ଏହାର ଜବାବ ଦେଇଛନ୍ତି ଭୋଟ ରେ I ହାରିଯାଇଛନ୍ତି ଏହି ଟାଣୁଆ ନେତା I

Leave a Reply

Your email address will not be published. Required fields are marked *