ହାରିବା ପରେ ରାଜନୀତି ରୁ ସନ୍ୟାସ ନେଲେ ନବୀନ ନନ୍ଦ ,ଆଉ ଲଢ଼ିବେନି ନିର୍ବାଚନ

ଢେ଼ଙ୍କାନାଳ ନିର୍ବାଚନ ମଣ୍ଡଳୀ ରେ ଗତକାଲି ଫଳାଫଳ ଘୋଷଣା ହେଇଥିଲା ଯେଉଁଥିରେ କି ବିଜେଡି ପ୍ରାଥୀ ସୁଧୀର ସାମଲ 21023 ଭୋଟ ବ୍ୟବଧାନ ରେ ବିଜେପି ପ୍ରାଥୀ ଙ୍କ ଠାରୁ ବିଜୟୀ ହେଇଛନ୍ତି I ତେବେ ଢେଙ୍କାନାଳ ରେ ବିଜେଡି ରୁ ସୁଧୀର ସାମଲ ,ବିଜେପି ରୁ କୃଷ୍ଣ ପାତ୍ର ଏବଂ କଂଗ୍ରେସ ରୁ ନବୀନ ନନ୍ଦ ଲଢେଇ କରୁଥିଲେ I ତ୍ରିମୁଖୀ ଲଢେଇ ରେ ଅନେକ ଆଶା ଆକାଂକ୍ଷା ନେଇ ନିର୍ବାଚନ ମୈଦାନ କୁ ଓଲ୍ହାଇଥିଲେ ନବୀନ ନନ୍ଦ କିନ୍ତୁ ଶୋଚନୀୟ ପରାଜୟ ପରେ ଶେଷରେ ବାଧ୍ୟ ହେଇ ଏକ ବଡ ନିଷ୍ପତି ନେଇଛନ୍ତି ଶ୍ରୀଯୁକ୍ତ ନନ୍ଦ I

ସବୁଦିନ ପାଇଁ ରାଜନୀତି ରୁ ସନ୍ୟାସ ନେବାକୁ ଘୋଷଣା କରିଛନ୍ତି ନିଜ ସୋସିଆଲ ମିଡ଼ିଆ ଫେସବୁକ ରେ I ଏନେଇ ନବୀନ ନନ୍ଦ ଲେଖିଛନ୍ତି ଯେ କଳାଟଙ୍କା ର ପ୍ରତିଦ୍ବନ୍ଦିତା ରେ ଅସମର୍ଥତା ର କାରଣ ପାଇଁ ନିର୍ବାଚନ ରାଜନୀତି ରୁ ସନ୍ୟାସ ନେଇଛନ୍ତି I

ସୂଚନା ଥାଉ କି ବିଜେଡି ରୁ ବିତାଡିତ ହେବା ପରେ ଶ୍ରୀଯୁକ୍ତ ନନ୍ଦ ବୈଜୟନ୍ତ ଙ୍କ ସମର୍ଥନ ରେ ଥିଲେ ମଧ୍ୟ ବୈଜୟନ୍ତ ବିଜେପି ରେ ଯୋଗଦାନ ଦେଇଥିଲେ ଏବଂ ଶେଷରେ ବାଧ୍ୟ ହେଇ ନବୀନ ନନ୍ଦ ଜାତୀୟ ଦଳ କଂଗ୍ରେସ ରେ ମିଶିଥିଲେ I କିନ୍ତୁ ଏହା ସତେ ଯେପରି ତାଙ୍କ ପାଇଁ ବୁମେରାଙ୍ଗ ପାଲଟିଥିଲା ଏବଂ ନିର୍ବାଚନ ରେ ହାରି ଯାଇଥିଲେ ନନ୍ଦ ମହାଶୟ I

Leave a Reply

Your email address will not be published. Required fields are marked *