୨୭ରେ ଶପଥ ଗ୍ରହଣ!, ନବୀନଙ୍କ ସମେତ ୨୧ ମନ୍ତ୍ରୀ ଶପଥ ନେବେ

ପୁଣି ଥରେ ରାଜ୍ୟ ରେ ବିଜୁ ଜନତା ର ବିଜୟ ଲାଭ ହୋଇଛି। ୨୦୧୯ ମସିହା ନିର୍ବାଚନ ରେ ବିଜୁ ଜନତା ଦଳ ଲୋକମାନଙ୍କର ବହୁ ମତ ପାଇ ଲୋକମାନଙ୍କ ଅସ୍ଥା ଭାଜନ ହୋଇଛି। ଆସନ୍ତା ୨୭ ତାରିଖ ରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ପାଠ ନେବେ। ମୁଖ୍ୟମନ୍ତ୍ରୀ ଙ୍କ ସହିତ ଅନ୍ୟାନ୍ୟ ୨୧ ଜଣ ମନ୍ତ୍ରୀ ସପଥପାଠ କରିବେ ବୋଲି ସୂଚନା ମିଳିଛି।

‘ ଫନି ‘ ବାତ୍ୟା ର କ୍ଷୟକ୍ଷେତି କୁ ଆଖିରେ ରଖି ଏବଂ ବିପନ୍ନ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଏବେ ବି ଦୂର ହୋଇନଥିବାରୁ ଶପଥ ଗ୍ରହଣ ପ୍ରକ୍ରିୟା କୁ ବେଶୀ ଆଡମ୍ବର ରେ ନକରିବାକୁ ଶ୍ରୀଯୁକ୍ତ ପଟ୍ଟନାୟକ ମନା କରିଛନ୍ତିି। କିନ୍ତୁ ଏହି ଶପଥ ଗ୍ରହଣ ସମାରୋହ ରାଜଭବନ ରେ ହେବେ କି ଅନ୍ୟ କେଉଁ ସ୍ଥାନରେ ହେବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

Leave a Reply

Your email address will not be published. Required fields are marked *