ହାରିଗଲେ ଅପରାଜିତା ,ଭାଗ୍ୟ ସାଥ୍ ଦେଉନି ଟିକି ଅପା ଙ୍କୁ

ସିନେମା ଦୁନିଆରେ ସେ ସୁପର ହିଟ ,ଦୀର୍ଘ ବର୍ଷ ଧରି ଲୋକଙ୍କ ହୃଦୟ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ I ଯେବେ ତାଙ୍କ ଚଳଚିତ୍ର ଆସେ ଚାତକ ଙ୍କ ଭଳି ଅପେକ୍ଷା କରିଥାନ୍ତି ଦର୍ଶକ I ସିନେମା ଦୁନିଆର ଅପ୍ରତିଦ୍ବନ୍ଦି ଅଭିନେତ୍ରୀ କିନ୍ତୁ ରାଜନୀତି ରେ ବିଫଳ ହେଇଛନ୍ତି I ନିକଟ ରେ ବିଜେପି ପକ୍ଷରୁ ଉତ୍ତରରୁ ଲଢ଼ିଥିଲେ ମଧ୍ୟ ହାରିଯାଇଛନ୍ତି ଅପରାଜିତା I ପୂର୍ବରୁ ମଧ୍ୟ ଅପରାଜିତା କଂଗ୍ରେସ ରେ ସାମିଲ ହେଇଥିଲେ ଏବଂ 2014 ପାଇଁ କଟକ ଲୋକସଭା ଆସନରୁ ଲଢ଼ିଥିଲେ I

କିନ୍ତୁ ବିଜେଡି ପ୍ରାଥୀ ଭର୍ତ୍ତୃହରି ମହତାବ ଙ୍କ ଠାରୁ ପ୍ରାୟ 3ଲକ୍ଷ ଭୋଟ ବ୍ୟବଧାନ ରେ ହାରିଥିଲେ I ପରେ କଂଗ୍ରେସ ଛାଡି ବିଜେପି ରେ ସାମିଲ ହେଇଥିଲେ ଅପରାଜିତା ଏବଂ ବିଜେପି ରୁ ମଧ୍ୟ ହାରିଛନ୍ତି I ସିନେ ଦୁନିଆର ସଫଳ ନାୟିକା ରାଜନୀତି ରେ ଫ୍ଲପ ପାଲଟିଛନ୍ତି ଦୁଇ ଦୁଇ ଥର I

Leave a Reply

Your email address will not be published. Required fields are marked *