ବିଦ୍ୟୁତ କୁ ଦିଆଯିବ ଅଗ୍ରାଧିକାର , ୨୪ ଘଣ୍ଟା ମିଳିବ ବିଜୁଳି ! ପାଓ୍ଵାର ସେକ୍ଟର ପାଇଁ ମୋଦି ଙ୍କ ନୂଆ ପ୍ଳାନ୍‌

ସରିଯାଇଛି ନିର୍ବାଚନ ଫଳାଫଳ ଘୋଷଣା ,ଗତଥର ଠାରୁ ବହୁମତରେ ବିଜୟୀ ହେଇଛନ୍ତି ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର I ତେବେ ମୋଦି ଙ୍କ ବିଜୟ ପରେ ଏବେ ବିଦ୍ୟୁତ କୁ ଦିଆଯାଇଛି ଗୁରୁତ୍ୱପୂର୍ଣ୍ଣ I କିଭଳି ୨୪ ଘଣ୍ଟା ବିଜୁଳି ସମସ୍ତଙ୍କୁ ମିଳିବ,ସେ ନେଇ ପ୍ଲାନ କରାଯାଉଛି I ପ୍ରାୟତ ବିଦ୍ୟୁତ ପାଇଁ ନିର୍ଭରଶିଳ ଥର୍ମାଲ ପାଓ୍ଵାର ଗୁଡିକର ସୁଧାରପାଇଁ ଚେଷ୍ଟା କରାଯାଉଛି

I କ୍ଷତି ରେ ଥିବା ଡିସ୍କମ ପରିସ୍ଥିତି ଅନୁଧ୍ୟାନ କରାଯାଇ ସୁଧାର ନିମନ୍ତେ ନୂଆ ପ୍ଲାନ କରାଯିବ I ବିଜୁଳୀ ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଗୁଡିକୁ ଏଟିସି କ୍ଷତି ସର୍ବନିମ୍ନ ୧୫ ପ୍ରତିଶତ କରିବାକୁ ଡେଡଲାଇନ ଦିଆଯାଇଛି ।ଯଦି ଏଥିରେ ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଗୁଡିକ ବିଫଳ ହୁଅନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ I

ବର୍ତମାନ ଲାଗୁହେଇଥିବା ସଂଶୋଧିତ ଟାରିଫ ପଲିସି କୁ ଭଲକି ତର୍ଜମା କରାଯାଇ ତୁରନ୍ତ ଲାଗୁ କରାଯିବ I ଏହା ସହିତ ପାଓ୍ଵାର ସେକ୍ଟରରେ ଏନପିଏ ଦୂର କରାଯିବ I

Leave a Reply

Your email address will not be published. Required fields are marked *