ମନ୍ଦିର ରୁ ଲୁଟିଥିବା ମୂଲ୍ୟବାନ ମୂର୍ତ୍ତି କୁ ଦୁଇମାସ ପରେ ମନ୍ଦିର ରେ ରଖି ଲୁଟେରା ଫେରାର

ବେଳେବେଳ ଠାକୁର ଙ୍କ କିଛି ଏପରି ଅଲୌକିକ ଘଟଣା ଘଟିଥାଏ ଯାହାକି ଆମେ ସହଜରେ ବିଶ୍ୱାସ କରିପାରିନଥାଉ I ତେବେ ବିଶ୍ୱାସ ନହେଲେ ମଧ୍ୟ ଏହା ସତ ହେଇଥାଏ I ସେମିତି ଏକ ଅଲୌକିକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ Iଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ହରିପୁର-ବେଶାଳିଆ ଗ୍ରାମର ଜଙ୍ଗଲ ଭିତରେ କାହିଁ କେଵେଠୁ ପୂଜା ପାଉଛନ୍ତି ଶ୍ରୀମହାକାଳେଶ୍ୱର I ତେବେ ଦୁଇମାସ ତଳେ ହଠାତ ଏହି ଶୈବପୀଠରୁ ଲୁଟେରା ମାନେ ଠାକୁରଙ୍କ ପ୍ରାଚୀନ ମୂଲ୍ୟବାନ ମୂର୍ତି ଚୋରି କରି ନେଇଥିଲେ

I ଯେଉଁଥିରେ କି ଠାକୁର ଙ୍କ ପିତଳ ଏବଂ ମୂଲ୍ୟବାନ ଧାତୁ ରେ ନିର୍ମିତ ପ୍ରାଚୀନ ମୂର୍ତ୍ତି, ଘଣ୍ଟା ,ନାଗ,ଏବଂ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀ ଙ୍କ ମୂର୍ତି ଥିଲା I ମନ୍ଦିର ରୁ ମୂର୍ତି ଚୋରି ହେବାପରେ ଏନେଇ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ହେବାପରେ ଥାନାରେ ଏତଲା ଦିଆଯାଇଥିଲା I ୟା ମଧ୍ୟରେ ପ୍ରାୟତ ଦୁଇମାସ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ସୁରାକ ପାଇନଥିଲା I ତେବେ ଗତକାଲି ଘଟିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା I

ଚୋରି କରିନେଇଥିବା ଠାକୁର ଙ୍କ ମୂର୍ତି କୁ ଚୋର ମାନେ ମନ୍ଦିର ବାହାରେ ରଖିଦେଇ ପଳାଇଛନ୍ତି I ଏନେଇ ଗାଁ ବାସି ଦେଖିବା ପରେ ସେମାନଙ୍କ ଆଶ୍ଚର୍ଯ୍ୟ ର ସୀମା ରହିନଥିଲା I ଘଟଣା ପ୍ରଚାର ହେବା ପରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଥିଲା ,ଏନେଇ ଗାଁ ଲୋକେ କୁହନ୍ତି କି ଶ୍ରୀ ମହାକାଳେଶ୍ୱରଙ୍କ ଅଲୌକିକ ମହିମା ଯୋଗୁ ଲୁଟେରାମାନେ ଠାକୁର ଙ୍କ ଚୋରି ଜିନିଷ ରଖିନପାରି ପୁନର୍ବାର ମନ୍ଦିର ରେ ଫେରେଇ ଦେଇ ଯାଇଛନ୍ତି I

Leave a Reply

Your email address will not be published. Required fields are marked *