ଲିମ୍ବ ଦାନ୍ତକାଠି ,ନଳକୂଅ ପାଣିର ଗାଧୁଆ ,ଚାଳ ଘରୁ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହେଲେଣି ବିଜୟୀ ସାଂସଦ ପ୍ରତାପ

2019 ନିର୍ବାଚନ ଫଳାଫଳ ଘୋଷଣା ପରେ ସବୁଠୁ ଅଧିକ ଚର୍ଚ୍ଚା ରେ ରହିଆସିଛି ବାଲେଶ୍ୱର ଲୋକସଭା I ମୈଦାନ ରେ ଦୁଇ ହେଭି ୱେଟ କୋଟିପତି ନେତା ଙ୍କୁ ମାତ ଦେଇ ଯେଉଁଭଳି ଭାବରେ ବିଜେପି ର ପ୍ରତାପ ଷଡ଼ଙ୍ଗୀ ବିଜୟୀ ହେଲେ ତାହା ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଧରିଛି I ରାଜନୀତି ର ଅସଲ ହିରୋ ଏବେ ସୋସିଆଲ ମିଡ଼ିଆର ହିରୋ ପାଲଟିଯାଇଛନ୍ତି I ଅତ୍ୟନ୍ତ ନିରାଡ଼ମ୍ବର ଜୀବନ ଶୈଳୀ ତାଙ୍କୁ ଆଜି ଚର୍ଚିତ କରିଛି I ରାଜ୍ୟ ରାଜନୀତି ରେ ପ୍ରତାପ ଜଣେ ଚର୍ଚିତ ଚେହେରା ହେଇଥିଲେ ମଧ୍ୟ ଚାରି ବଖରା ଚାଳ ଘର ,ସକାଳୁ ଲିମ୍ବ ଦାନ୍ତକାଠି,ନଳକୂଅ ପାଣିରେ ଗାଧେଇବା ଭଳି ଘଟଣା ଏବେ ସାମ୍ନା କୁ ଆସିଛି I

ପ୍ରତାପ ଙ୍କ ଯିବନି :୪ ଜାନୁୟାରୀ ୧୯୫୫ରେ ବାଲେଶ୍ୱର ର ନୀଳଗିରିର ଗୋପିନାଥପୁର ର ଏକ ବ୍ରାହ୍ମଣ ପରିବାରରେ ପ୍ରତାପ ଙ୍କ ଜନ୍ମ I ପିଲାଟି ଦିନରୁ ଆଧ୍ୟାତ୍ମିକ ଦିଗ ପ୍ରତି ଆକର୍ଷିତ ଥିବା ପ୍ରତାପ ବିବାହ ବନ୍ଧନ ରୁ ଦୁରେଇ ରହିଥିଲେ I ପାଠ ପଢା ସମୟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ (ଆର୍‌ଏସ୍‌ଏସ୍‌) ସଂସ୍ପର୍ଶ ରେ ଆସି ସମାଜ ପାଇଁ କିଛି କରିବାର ସ୍ବପ୍ନ ଦେଖିଥିଲେ I

ପାଠ ପଢା ସମାପ୍ତ ହେବାପରେ ନୀଳଗିରି ମହାବିଦ୍ୟାଳୟରେ ବରିଷ୍ଠ କିରାଣୀ ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ଏହା ତାଙ୍କୁ ସନ୍ତୋଷ ଦେଇନଥିଲା , ଲୋକଙ୍କ ପାଇଁ ସେବା କରିବା ପାଇଁ ସେ ଚାକିରୀ ଛାଡି ଦେଇଥିଲେ I ୨୦୦୪ ରେ ବିଜେପି ବିଧାୟକ ପ୍ରାଥୀ ଭାବରେ ବିଜୟୀ ହେଇଥିଲେ ଏବଂ 2014 ରେ ସାଂସଦ ଭାବରେ ହାରିଯାଇଥିଲେ I

କିନ୍ତୁ ହାରିବା ପରେ ବି ଲୋକଙ୍କ ସେବା କରିବାରେ ସେ ଚୁପ ନଥିଲେ I ପ୍ରତି ମୁହୁର୍ତରେ ଲୋକଙ୍କ ପାଖରେ ପହଞ୍ଚିଥାନ୍ତି I ବାଲେଶ୍ୱର ବାସି ଏଥରକ ତାଙ୍କୁ ବିଜୟ ର ଟୀକା ପିନ୍ଧାଇ କୋଟିପତି ସାଂସଦ ରବୀନ୍ଦ୍ର ଜେନା ଏବଂ ପିସିସି ଅଧ୍ୟକ୍ଷ ଙ୍କ ପୁଅଙ୍କୁ ଧୂଳି ଚଟାଇଛନ୍ତି I

ତେବେ ପୂର୍ବରୁ ଥରେ ବିଧାୟକ ଥିବା ପ୍ରତାପିପ ଙ୍କ ଜୀବନ ଶୈଳୀ ଅତ୍ୟନ୍ତ ନିରାଡ଼ମ୍ବର ଅଟେ ,ସାଧାରଣ ଲୋକଙ୍କ ଚାଲି ଚଳଣି ତାଙ୍କୁ ଆହୁରି ଲୋକପ୍ରିୟ କରାଇଛି I ଲୋକଙ୍କ ସେବାରୁ ସମୟ ମିଳିଲେ ଛୋଟ ପିଲାଙ୍କ ସହିତ ସମୟ ବିତାଇବା ଏବଂ କ୍ରିକେଟ ଖେଳିବାକୁ ବହୁତ ପସନ୍ଦ କରିଥାନ୍ତି ପ୍ରତାପ ନନା I

Leave a Reply

Your email address will not be published. Required fields are marked *