ସହଯୋଗୀଙ୍କ ମୃତ୍ୟୁ ରେ ଭୋ ଭୋ ହେଇ କାନ୍ଦିଲେ ସ୍ମୃତି ଇରାନୀ,କୋକେଇ କାନ୍ଧେଇ ଦେଲେ ବିଦାୟ

ନିକଟରେ ଆମେଠି ଲୋକସଭାରେ ରାହୁଲ ଙ୍କ ହରାଇ ବିଜୟୀ ହେଇଥିବା ସ୍ମୃତି ଇରାନୀ ଙ୍କ ସହଯୋଗୀ ସୁରେନ୍ଦ୍ର ସିଂହ ଶୋଇଥିବା ସମୟରେ କେହି ଦୁର୍ବୁର୍ତ ତାଙ୍କୁ ଗୁଳି କରି ହତ୍ୟା କରିଛି I ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହେଇଯାଇଛି Iତେବେ ରାହୁଲ ଙ୍କୁ ପରାସ୍ତ କରିବାରେ ସୁରେନ୍ଦ୍ର ସିଂହଙ୍କର ବଡ଼ ଭୂମିକା ଥିଲା। ଆମେଠିର ବରୌଲିଆ ଗାଁର ସୁରେନ୍ଦ୍ର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିବାବେଳେ ଚତୁଃପାର୍ଶ୍ବରେ ତାଙ୍କର ଦଗଦମା ରହିଥିଲା I

ଯାହାକି ସ୍ମୃତି ଙ୍କ ବିଜୟ ରେ ଗୁରୁତ୍ୱପୂର୍ଣ୍ଣ ଥିଲା Iସୁରେନ୍ଦ୍ର ଙ୍କ ମୃତ୍ୟୁପରେ ତାଙ୍କ ଅନ୍ତିମ ସଂସ୍କାର ରେ ସ୍ମୃତି ଯୋଗ ଦେଇଥିଲେ ଏବଂ ତାଙ୍କୁ କାନ୍ଧେଇ ଶବଦାହ ପର୍ଯ୍ୟନ୍ତ ନେଇଥିଲେ I ତେବେ ସୁରେନ୍ଦ୍ର ଙ୍କ ମୃତ୍ୟୁ ପଛରେ କଂଗ୍ରେସ ନେତାଙ୍କ ସମ୍ପୃକ୍ତ ଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି I ଘଟଣାର ତଦନ୍ତ ଚାଲିଛି I

Leave a Reply

Your email address will not be published. Required fields are marked *