ଏହି ୭ଟି କାରଣ ପାଇଁ ୫ମ ଥର ମୁଖ୍ୟମନ୍ତ୍ରୀ ହେଲେ ନବୀନ

1) ଭାବମୂର୍ତ୍ତି :19ବର୍ଷ ନବୀନ ସରକାର ମଧ୍ୟରେ ଭାବମୂର୍ତ୍ତି ରେ କୌଣସି ଛିଟା ପଡିନି ,ରାଜ୍ୟରେ ବିଜେଡି ବିରୋଧୀ ହାୱା ବହିପାରିନି I ବିଶେଷ କରି ପୂର୍ବରୁ ବିରୋଧୀ ଙ୍କୁ କେବେ ବି କଟାକ୍ଷ କରିବାର ଦେଖାଯାଇନି

I 2) ବିରୋଧୀ ନେତା :ୟା ମଧ୍ୟରେ ନବୀନ ଙ୍କ ବିପକ୍ଷ ନେତା ଭାବରେ ଓଡ଼ିଶାରେ କେହି ବି ନଜର କୁ ଆସିପାରିନାହାନ୍ତି I ଯଦିଓ ବିଜେପି ର ଧର୍ମେନ୍ଦ୍ର ମୁଖିଆ ଭାବେ ଜଣାଯାଉଛନ୍ତି ଲୋକମାନେ ତାଙ୍କୁ ଗ୍ରହଣ କରିନାହାନ୍ତି ଏବଂ ବିଜେପି ମଧ୍ୟ କିଏ ମୁଖ୍ୟମନ୍ତ୍ରୀ ପ୍ରାଥୀ ବୋଲି ଘୋଷଣା କରିପାରିନି I

3) ମହିଳାଶକ୍ତି :ମହିଳା ସଶକ୍ତିକରଣ କୁ ମୁଖ୍ୟ ଆୟୁଧ କରିବା ସହିତ ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ କୁ ଅଧିକ ଫୋକସ କରିଥିଲେ I ଏପରିକି ଲୋକସଭା ପାଇଁ 33%ମହିଳାଙ୍କୁ ଟିକେଟ ଦେଇଥିଲେ I ଯେଉଁଥିରେ କି ପ୍ରମିଳା ବିଶୋଇ ଅନ୍ୟତମ I 4)ଦଳ ଅସନ୍ତୋଷ :ଦଳରେ ଯେଉଁ ନେତାଙ୍କ ପ୍ରତି ଜନ ଅସନ୍ତୋଷ ଲାଗି ରହିଥିଲା ସେମାନଙ୍କୁ ନବୀନ ଟିକେଟ ଦେଇନଥିଲେ ପାଖାପାଖି 50ଜଣ ଙ୍କ ଟିକେଟ କାଟିଥିଲେ I ଏବଂ ଅଧିକାଂଶ ନେତାଙ୍କ ଆସନ ବଦଳ କରିଥିଲେ I 5)କାଳିଆ

“ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ଲାଗୁହେଇଥିଲା ଯାହାକି ନବୀନ ଙ୍କୁ ଗାଁ ରେ ଅତି ନିକଟତର କରିପାରିଥିଲା ,ସେହିପରି ପିଠା ଯୋଜନା ରେ ମଧ୍ୟ ବିଜେଡି ନେତା ମାନେ ଲୋକଙ୍କ ପାଖକୁ ଅତି ସହଜରେ ନିର୍ବାଚନ ପୂର୍ବରୁ ପହଞ୍ଚି ପାରିଥିଲେ I 6)ବିଜୁ ଯୁବ ବାହିନୀ :ରାଜ୍ୟରେ ଯୁବକ ମାନଙ୍କୁ ବିଜେଡି ପ୍ରତି ଆକର୍ଷିତ କରିବାକୁ ନବୀନ ଙ୍କ ବିଜୁ ଯୁବ ବାହିନୀ ବେଶ ଫଳପ୍ରଦ ହେଇଥିଲା I 7)ରାଜ୍ୟରେ ଅନ୍ତର୍ଜାତୀୟ ହକି ଖେଳ

ଆୟୋଜନ ନବୀନ ଙ୍କ ଲୋକପ୍ରିୟତା କୁ ଆହୁରି ବଢ଼ାଇଦେଇଥିଲା I ଏହି ସବୁ କାରଣ ପାଇଁ ନବୀନ ପୁନର୍ବାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଇପାରିଛନ୍ତି I

Leave a Reply

Your email address will not be published. Required fields are marked *