ସୁରଟ ଅଗ୍ନିକାଣ୍ଡ ପରେ ଚେତିଲା ଅଗ୍ନିଶମ ବିଭାଗ: ଭୁବନେଶ୍ୱରର ସବୁ କୋଚିଂ ସେଣ୍ଟରରେ କାଲି ହେବ ଚଢ଼ାଉ!

ସତର୍କ ହୋଇଯାଇଛି ଅଗ୍ନିଶମ ବିଭାଗ। ଶୁକ୍ରବାର ଦିନ ଗୁଜରାଟ ର ସୁରଟ ରେ ଘଟିଥିବା ଅଗ୍ନିକାଣ୍ଡ ରେ ୨୨ ଜଣଙ୍କ ର ମୃତ୍ୟୁ ଘଟିବା ପରେ ସତର୍କଚୋଇଛି ଅଗ୍ନିଶମ ବିଭାଗ। ଭୁବନେଶ୍ୱର ରେ ପରିଚାଳିତ ହେଉଥିବା କୋଚିଂ ସେଣ୍ଟର୍ ରେ ଭବିଷ୍ୟତ ରେ କିଭଳି ଅଗ୍ନିକାଣ୍ଡ ଘଟିବା ନାହିଁ ସେଥି ପ୍ରତି ଦୃଷ୍ଟି ଦେଇଛି ଅଗ୍ନିଶମ ବିଭାଗ। ରାଜଧାନୀ ର ସବୁ କୋଚିଂ ସେଣ୍ଟର୍ ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ର ଯାଞ୍ଚ୍ କରିବାକୁ ଡିଜି ନିର୍ଦ୍ଦେଶ ଦେଇଥିବା ର ସୂଚନା ମିଳିଛି। ଯଦି ସେଥିରେ କୌଣସି ତ୍ରୁଟି ଦେଖାଯାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନା ଅନୁସାରେ ଗତ ଶୁକ୍ରବାର ଦିନ ଗୁଜରାଟ ର ତକ୍ଷଶିଳା ପରିସର ରେ ଚାଲିଥିବା ଏକେ କୋଚିଂ ସେଣ୍ଟର ରେ ହଠାତ୍ ଅଗ୍ନି କାଣ୍ଡ ଘଟିଥିବାରୁ ପିଲାମାନେ ଜୀବନ ବିକଳ ରେ ୪ ମହଲା ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଯାହା ଦ୍ଵାରା ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଘଟଣା ସ୍ଥଳରେ ୨୦ ଜଣ ପିଲା ଙ୍କ ର ମୃତ୍ୟୁ ମଧ୍ୟ ହୋଇଥିଲା। ଶନିବାର ଦିନ ୨ ଜଣ ଙ୍କ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ଘଟିଛି। ଉକ୍ତ କାରଣ ଯୋଗୁ ପୁଲିସ ସେହି କୋଚିଂ ସେଣ୍ଟର୍ ମାଲିକ କୁ ଗିରଫ କରି ଘଟଣା ର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *