ଅଙ୍କ କଷା ଚାଲିଛି ,କିଏ ହବ ବିରୋଧୀ ଦଳ ନେତା ?

ରାଜ୍ୟରେ ଗଠନ ହେବାକୁ ଯାଉଛି 15 ତମ ବିଧାନସଭା। 112 ଆସନ ଜିତି ବିଜୁଜନତା ଦଳ ସରକାର ଗଡ଼ିବାକୁ ଯାଉଥିବା ବେଳେ।ଚଳିତ ବିଧାନସଭାରେ ମୁଖ୍ୟ ବିରୋଧୀଦଳର ଭୂମିକାରେ ଅବତୀର୍ଣ୍ଣ ହବାକୁ ଯାଉଛି ଭାରତୀୟ ଜନତା ପାର୍ଟି। 2014 ରେ ବିରୋଧୀ ଦଳ ର ଭୂମିକା ନିଭାଉଥିବା କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ହାତେଇବାକୁ ଯାଉଛି ଏହି ଆସନ ।

ଦେଶରେ ମୋଦି ଲହର କାମ କରିଥିଲେ ମଧ୍ୟ ରାଜ୍ୟରେ ତାହାର ପ୍ରଭାବ କିଛି ମାତ୍ରାରେ ପଡ଼ିଥିଲା।ଫଳସ୍ୱରୂପ ପୂର୍ବରୁ ତୃତୀୟ ସ୍ଥାନରେ ଥିବା ଦଳ 2ୟ ସ୍ଥାନରେ ରହିବାକୁ ସାମର୍ଥ୍ୟ ହେଇଛି। ତେବେ କିଏ ହବ ବିରୋଧୀଦଳ ନେତା ,କିଏ ନବ 23 ବିଧାୟକଙ୍କ ଦାଇତ୍ୱ ,ତାକୁ ନେଇ ଆରମ୍ଭ ହେଉଛି ଅଙ୍କ କଷା।

  • ଅଭିଜ୍ଞତା ହେବ ମୂଳ ମାପଦାଣ୍ଡ

ଯଦି ପୂର୍ବରୁ ଫେରିବା ବସନ୍ତ ପଣ୍ଡା, କେ ଭି ସିଂଦେଵ ଙ୍କ ଭଳି ବିଧାୟକ ଦଳ ନେତା ରହିଆସିଛନ୍ତି। କିନ୍ତୁ ଏବେ ଏ ଦୁହିଁଙ୍କ ଭିତରୁ କେ ଭି ସିଂଦେଓ ନିର୍ବାଚନରେ ପରାସ୍ତ ହେଇଥିବା ବେଳେ ବସନ୍ତ ପଣ୍ଡା ଲୋକସଭାକୁ ଯାଉଛନ୍ତି। ଅନୁଭବି ଦୃଷ୍ଟିରୁ ଦେଖାଗଲେ ନବନିର୍ବାଚିତ ହେଇଥିବା 26 ବିଧାୟକଙ୍କ ମଧ୍ୟରୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଆଗରେ ରହିବେ। ଏହା ବାଦ ଧାମନଗର ବିଧାୟକ ବିଷ୍ଣୁଚରଣ ସେଠି, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ ଦୌଡ଼ରେ ଅଛନ୍ତି

  • ରହିପାରେ ପଶ୍ଚିମ ଓଡିଶାର ଗୁରୁତ୍ୱ

2ୟତ ଦଳ ସର୍ବଦା ପଶ୍ଚିମ ଓଡ଼ିଶାକୁ ଗୁରୁତ୍ୱ ଦେଇଆସୁଥିବାରୁ ଚଳିତ ଥର ଅଧିକାଂଶ ଲୋକସଭା ପାର୍ଥି ଜିତିଛନ୍ତି। ଦଳ ବସନ୍ତ ପଣ୍ଡା ଓ କେ ଭି ସିଂଦେ ଓ ଭଳି ନେତାଙ୍କୁ ବିଧାୟକ ଦଳ ନେତା କରିଥିଲା ଏଥର ମଧ୍ୟ। ସେହି ଦୃଷ୍ଟିରୁ ଜୟନାରାୟଣ ମିଶ୍ର ବିରୋଧୀ ଦଳର ନେତା ସମ୍ଭାବନାକୁ ଏଡାଇ ନଦିଆଯାଇପାରେ।

  • ମହିଳା ନେଇପାରନ୍ତି ସୁଯୋଗ

ଅପରପକ୍ଷେ ନବୀନ ପଟ୍ଟନାୟକ 33% ମହିଳା କାର୍ଡ ଖେଳି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏହି କ୍ଷେତ୍ରରେ ବିଜେପି ପଛରେ ରହିଯାଇଛି ତେବେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କୁ ବିରୋଧୀ ଦଳ ସିଟ ଦେଇ ମହିଳା କାର୍ଡ ଖେଳିପାରେ ବୋଲି ଚର୍ଚ୍ଚା ହଉଛି।

Leave a Reply

Your email address will not be published. Required fields are marked *