ରାହୁଲୁ ଗାନ୍ଧୀ ଅଧକ୍ଷ ପଦରୁ ଇସ୍ତଫା ନଦେବା ପାଇଁ କଂଗ୍ରେସ କାର୍ଯ୍ୟକର୍ତାମାନେ ନିଜ ରକ୍ତରେ ଲେଖିଲେ

ନିୟୁ ଦିଲ୍ଲୀ :ଲୋକସଭା ନିର୍ବାଚନରେ କଂଗ୍ରେସ ହାରିବା ପରେ ରାହୁଲୁ ଗାନ୍ଧୀ ଅଧକ୍ଷ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି କିନ୍ତୁ ଅନ୍ୟପଟେ ତାଙ୍କ ସମର୍ଥକ ,ପାର୍ଟି କାର୍ଯ୍ୟକର୍ତା ଲାଲୁ ଯାଦବ ସହ ଚୁକ୍ତିର ବହୁଶାରା ନେତା ଚାହୁଁନାହାନ୍ତିକି ସେ ଅଧକ୍ଷ ପଦରୁ ଇସ୍ତଫା ଦିଅନ୍ତୁ ବୋଲି I ରାହୁଲୁ ଗାନ୍ଧୀଙ୍କୁ ମନେଇବା ପାଇଁ କଂଗ୍ରେସର ବଡ ବଡ ନେତା ଓ କାର୍ଯ୍ୟକର୍ତାମାନେ ଅଲଗା ଅଲଗା ତରିକାରେ ଚେଷ୍ଟା ଚଳାଇଛନ୍ତି I ରାହୁଲୁ ଗାନ୍ଧୀଙ୍କୁ ମନେଇବା ପାଇଁ କଉଠି ବଡ ନେତାମାନେ ତାଙ୍କ ପାଖକୁ ବାରମ୍ବାର ଦେଖାକରିବାକୁ ଆସୁଛନ୍ତିତ କଉଠି କାର୍ଯ୍ୟକର୍ତାମାନେ ପୂଜା ପାଠ କରିବାରେ ଲାଗିଛନ୍ତି I

ଆଉ କିଛି ଲୋକ ତାଙ୍କ ପାଖକୁ ପତ୍ର ଲେଖୁଛନ୍ତି ଇସ୍ତଫା ନଦେବା ପାଇଁ I ଜୋନପୁର ୟୁଥ କଂଗ୍ରେସର କାର୍ଯ୍ୟକର୍ତା ନିଜ ରକ୍ତରେ ରାହୁଲୁ ଗାନ୍ଧୀଙ୍କୁ ଲେଖିଲେ ଇସ୍ତଫା ନଦେବା ପାଇଁ I ଯେବେଠୁ ସେ କହିଲେଣି ଇସ୍ତଫା ଦେବା ପାଇଁ ସେବେଠୁ ଆମେ ଚିନ୍ତାରେ ଅଛୁ I ଯୁବକାର୍ଯ୍ୟକର୍ତା ମାନେ କହିଲେ ହାରିବା କାରଣରୁ ଇସ୍ତଫା ଦିଅନ୍ତୁ ନାହିଁ I କାର୍ଯ୍ୟକର୍ତାମାନେ ଘର ଘର ବୁଲି ପାର୍ଟିର ତ୍ରୁଟିକୁ ଦୂରକରିବା ପାଇଁ ଦିନରାତି ପରିଶ୍ରମ କରିବେ I ପାର୍ଟି ଆଉଥରେ କ୍ଷମତାକୁ ଫେରି ଆସିବ I କଂଗ୍ରେସ ହାରିବା ପରେ ବହୁ ସାରା ଅଧକ୍ଷ ତାଙ୍କ ପଦର ଇସ୍ତଫା ଦେଇସାରିଲେଣି I ଲୋକସଭା ନିର୍ବାଚନରେ କଂଗ୍ରେସକୁ 52 ସିଟି ମିଳିଥିବା ବେଳେ ବିଜେପିକୁ 303 ସିଟି ମିଳିଥିଲା I କିଛି ରାଜ୍ୟରେ କଂଗ୍ରେସ ତାର ଖାତା ମଧ୍ୟ ଖୋଲି ନାହିଁ I

Leave a Reply

Your email address will not be published. Required fields are marked *