ଇଣ୍ଡିଆ ଟିଭିରେ ବିଜେଡ଼ି ର ଉତ୍ତରାଧିକାରୀ କିଏ ର ଉତ୍ତର ଦେଲେ ନବୀନ

ଥରେ ନୁହେଁ କି ଦୁଇଥର ନୁହେଁ, ଲଗାତାର ୫ ଥର ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଭାବରେ କ୍ଷମତା କୁ ଆସିଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ସେଥି ପାଇଁ ସେ ରାଜ୍ୟବାସୀ ଙ୍କ ପାଖରେ ନିଜ ଦଳ ତରଫ ରୁ କୃତଜ୍ଞତା ଜଣାଇଛନ୍ତି। ଆଜି ରାଜ୍ୟସ୍ତରୀୟ ଏକ ଟେଲିଭିଜନ ସଭାରେ ସେ ତାଙ୍କ ମନ ର କଥା କହିଛନ୍ତି। ଏହି ସଭାରେ ସେ କହିଛନ୍ତି ଯଦି ଷଷ୍ଠ ଥର ପାଇଁ ଯଦି ତାଙ୍କୁ ଲୋକମାନଙ୍କର ସେବା କରିବାର ସୁଯୋଗ ମିଳେ ତେବେ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ଗତ କାଲି ଜାତୀୟ ଟେଲିଭିଜନ ଚ୍ୟାନେଲ ରେ ନବୀନ କହିଛନ୍ତି ଯେ ସାରା ଦେଶରେ ମୋଦି ଓ ଶାହା ଙ୍କ ମ୍ୟାଜିକ କାମ କରିଥିଲେ ବି ଓଡ଼ିଶା ରେ କାମ ନ କରିବା ର ଅସଲ କାରଣ ହେଲା ରାଜ୍ୟ ରେ ଚାରି ଚାରି ଥର ସରକାର ଗଢିଥିବା ବିଜେଡି ସରକାର ଲୋକ ଙ୍କ ବିକାଶ ପାଇଁ ଯୋଜନା କରି ଆସୁଛି। ସେଥି ପାଇଁ ସେ ପଞ୍ଚମ ଥର ମଧ୍ୟ ସରକାର ଗଠନ କରିପାରିଛି। ଚଳିତ ନିର୍ବାଚନ ରେ ଏଭଳି ସଫଳତା ପାଇଁ ସେ ଓଡ଼ିଶା ବାସି ଙ୍କୁ ନିଜ ହୃଦୟ ର ସହ ଧନ୍ୟବାଦ ଜଣାଇଛନ୍ତି।ଏହି ସଭା ରେ ସେ କଂଗ୍ରେସ କୁ ଆହୁରି କଠିନ ପରିଶ୍ରମ କରିବାକୁ ଉପଦେଶ ଦେଇଛନ୍ତି ଓ ବିଜେପି ର ଉତ୍ତମ ପ୍ରଦର୍ଶନ ପାଇଁ ବିଜେପି କୁ ପ୍ରଶଂସା କରିଛନ୍ତି। କିଛି ନେତା ତାଙ୍କ ଦଳ ଛାଡି ପଳାଇବାକୁ ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସେମାନଙ୍କ ଅନୁପସ୍ଥିତି ତାଙ୍କ ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏବଂ ଏହି ପଞ୍ଚମ ପର୍ଯ୍ୟାୟ ରେ ରାଜ୍ୟ ବାସି ଙ୍କ ବିକାଶ ପାଇଁ ତାଙ୍କ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି।

ଏହି ସଭାରେ ବିଜେଡି ର ଉତ୍ତରାଧିକାରୀ ବିଷୟରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଭବିଷ୍ୟତ ରେ ବିଜେଡି ର ମଙ୍ଗ କିଏ ସମ୍ଭାଳିବା ସେ ବିଷୟରେ ଏ ପର୍ଯ୍ୟନ୍ତ କିଛି ସ୍ଥିର କରାଯାଇନାହିଁ। କିନ୍ତୁ ବିଜେଡି ସଦ ସର୍ବଦା ଲୋକ ଙ୍କ ହିତ ପାଇଁ କାମ କରି ଆସୁଛି ଓ ଆଗକୁ ମଧ୍ୟ କାମ କରିବ। ଦଳ ମଧ୍ୟରୁ ଯିଏ ଲୋକ ଙ୍କ ବିକାଶ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରିବ ତାକୁ ହିଁ ଲୋକମାନେ ନେତା ହିସାବ ରେ ବଛିବେ।

Leave a Reply

Your email address will not be published. Required fields are marked *