ପାର୍କରେ ପ୍ରେମିକ ସହିତ ମହିଳା କରୁଥିଲେ ଏହି କାମ ,ପୋଲିସ ବେଲ୍ଟ ଖୋଲି ନିର୍ଘାତ ପିଟିଲା

ଫରିଦାବାଦ :ହରିୟାଣା ପୋଲିସ ଏକ ମହିଳାକୁ ଘେରାଉ କରି ବେଲ୍ଟ ଦ୍ୱାରା ବାଡେଇ କିଛି କଥା ପଚରାଉଚରା କରୁଥିବା ସମୟରେ ଏକ ଭିଡିଓ ଭାଇରଲ ହେଇଥିଲା I ପୋଲିସୀଙ୍କ କହିବା ଅନୁସାରେ ଏହି ଭିଡିଓ ଛମାସର ପୁରୁଣା ଭିଡିଓ ଯେତେବେଳେ ପୋଲିସୀକୁ ପାର୍କରେ ଭୁଲୁ କାର୍ଯ୍ୟକଳାପ ହେବାର ପ୍ରମାଣ ମିଳିଥିଲା I ଫରିଦାବାଦ ପୋଲିସୀଙ୍କ କହିବା ଅନୁସାରେ ପାକରେ ଏକ ମହିଳା ଓ ପୁରୁଷ ଖରାପ କାମ କରୁଥିବାର ତାଙ୍କୁ ସୂଚନା ମିଳିଥିଲା I

ସୂଚନା ପାଇ ପୋଲିସ ଯେତେବେଳେ ସେହି ସ୍ଥାନରେ ପହଁଚିଲା ସେତେବେଳେ ମହିଳା ଓ ପୁରୁଷ ଦୌଡିବାକୁ ଲାଗିଲେ କିନ୍ତୁ ପୋଲିସ ମହିଳାକୁ ନିଜ ଅଧୀନରେ କାବୁ କରିନେଲା I ପୋଲିସ ମହିଳାଙ୍କୁ ସେହି ପୁରୁଷ ବିଷୟରେ ସୂଚନା ଦେବାକୁ କହିଲେ କିନ୍ତୁ ସେହି ମହିଳା ଜଣକ ପୁରୁଷ ବିଷୟରେ କୌଣସି ସୂଚନା ନଦେବାରୁ ବେଲ୍ଟରେ ବାଡେ଼ଇଲେ I

ଷୋମବାର ଦିନ ଏହି ଭିଡିଓ ଭାଇରାଲ ହେଇଥିଲା ଓ ତାପରେ ହରିୟାଣା ପୋଲିସ ଭାରତୀୟ ଦଣ୍ଡ ସଂହିତାର ଧାରା 342/323/509 ଅନୁସାରେ ପାଞ୍ଚଜଣ ପୋଲିସକର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି I

Leave a Reply

Your email address will not be published. Required fields are marked *