ଭାଜପା 2024ରେ 350 ସିଟି ଜିତିବ :ଦିଗବିଜୟ ସିଂ

ଲୋକସଭା 2019 ନିର୍ବାଚନରେ ବିଜେପି ଏନ୍ଡିଏକୁ ଛାଡି 303 ସିଟି ଜିତିଥିବାବେଳେ କଂଗ୍ରସ ମାତ୍ର 52ଟି ସିଟି ଜିତିପାରିଛି I କଂଗ୍ରସ ନେତା ବୁଝିପାରୁନାହାନ୍ତିକି ଏତେ କଠିନ ପରିଶ୍ରମ କରିବା ପରେ ମଧ୍ୟ ଜନତା ମାନେ ଭୋଟ ଦେଲେନାହିଁ I ଦିଗବିଜୟ ସିଂଙ୍କ କହିବା ଅନୁସାରେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଯେତିକି ସିଟି ଜିତିବାର ଦାବି ରଖୁଛି ସେତିକି ସିଟିର ପାଖାପାଖି ରହୁଛି I

2019 ନିର୍ବାଚନରେ ଏନ୍ଡିଏ 353ସିଟି ହାସଲ କରିଛି I ବିଜେପି ଅଧକ୍ଷ ଓ ବହୁ ନେତା କହିଥିଲେ ବିଜେପି ଏକେଲା 300 ସିଟି ଓ ଏନ୍ଡିଏ 353 ସିଟି ପାରିକରିବ ବୋଲି ଓ ଶେଷରେ ସେଇଆ ମଧ୍ୟ ହେଲା I ବିଜେପି ପାଖରେ ଏମିତି କି ଯାଦୁ ଛଡି ଅଛି ଯାହା ଜରିଆରେ ସେ ନିର୍ବାଚନ ପୂର୍ବରୁ ଯାହା କହୁଛି ତାହା ହେଇଯାଉଛି

I ଦିଗବିଜୟ କହିଲେ 2024ରେ ବିଜେପି 350 ସିଟି ଜିତିବାର ଲକ୍ଷ ରଖିବ ଓ ଜିତିବ ମଧ୍ୟ I 2014 ଲୋକସଭା ନିର୍ବାଚନରେ ବିଜେପି 280 ସିଟି ଜିତିବ ବୋଲି କହିଥିଲା ସେହି ନିର୍ବାଚନରେ ବିଜେପି 282 ସିଟି ଜିତିଥିଲା I 2019 ନିର୍ବାଚନରେ ବିଜେପି 300ରୁ ଅଧିକ ସିଟି ଜିତିବାର କଥା କହିଥିଲା ଓ ନିର୍ବାଚନରେ 300ରୁ ଅଧିକ ସିଟି ଜିତିଲା ମଧ୍ୟ I ତାଙ୍କ କହିବାର ଅର୍ଥ ହେଉଛି ବିଜେପି ପାଖରେ କି ମନ୍ତ୍ର ଅଛି ଯାହା ଜରିଆରେ ସେ ପତା ଲଗେଇଦେଉଛି ନିର୍ବାଚନରେ କେତେ ସିଟି ଜିତିବ I 2019 ନିର୍ବାଚନରେ ବିଜେପିକୁ 303 ସିଟି ,କଂଗ୍ରେସକୁ 52 ସିଟି ,ଟିଏମସି ଓ ୱାଇ.ଏସ.ଆର କୁ 22 ସିଟି ମିଳିଛି I

Leave a Reply

Your email address will not be published. Required fields are marked *