ରୋଗାକ୍ରାନ୍ତ ମାର ଭୋକ ମେଣ୍ଟାଇବାକୁ ଭିକ ମାଗୁଛି ଛ ବର୍ଷର ଶିଶୁ

କର୍ଣାଟକର କୋପାଲ ଜିଲ୍ଲାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଛବର୍ଷର ଛୁଆ ନିଜ ରୋଗାକ୍ରାନ୍ତ ମାର ଭୋକ ମେଂଟେଇବା ପାଇଁ ସପ୍ତାହେ ହେବ ଭିକ ମାଗି ଆସୁଛି I ସେହି ଛବର୍ଷ ଛୁଆର ନାମ ହେଉଛି ଭାଗ୍ୟଶ୍ରୀ I ରିପୋର୍ଟ ଅନୁସାରେ ତାଙ୍କ ମା ଦୁଗରମା ମଦ ଆଦିର ଥିଲେ ,ଯେଉଁ କାରଣରୁ ତାଙ୍କୁ ରୋଗ ହୋଇଥିଲା I ରୋଗାକ୍ରାନ୍ତ ସମୟରେ ଖାଇବାଠୁ ନେଇ ପିଇବା ପର୍ଯ୍ୟନ୍ତ ସବୁ ଅସୁବିଧାର ସାମ୍ନା କରିବାକୁ ପଡୁଥିଲା I ସେଥିପାଇଁ ଭାଗ୍ୟଶ୍ରୀକୁ ନିଜ ମାର ଦାଇତ୍ୱ ଉଠାଇବାକୁ ପଡିଥିଲା I ଭାଗ୍ୟଶ୍ରୀ କହିଲା ମୋର ବାପା ନଥିବାରୁ ମତେ ମୋ ମାର ଦାଇତ୍ୱ ନେବାକୁ ପଡୁଛି I

ଆମ ପାଖରେ ପଇସା ନଥିବାରୁ ମତେ ଭିକ ମାଗିବାକୁ ପଡିଲା ଓ ସେହି ଭିକ ପଇସାରେ ମୁ ମୋ ମାକୁ ଖାଦ୍ୟ ଖୁଆଉଛି I ଏହି ଖବର ସାମ୍ନାକୁ ଆସିବା ପରେ ଭାଗ୍ୟଶ୍ରୀକୁ ସାହାଯ୍ୟ କରିବା ପାଇଁ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଆଗେଇଆସିଛନ୍ତି I ସାହାଯ୍ୟ କରିବାକୁ ଯାଇ କହିଲେ ମହିଳାର ଚିକିତ୍ସା ଓ ଶିଶୁ ପଢ଼ାର ସବୁ ଖର୍ଚ ଦେବେ I

Leave a Reply

Your email address will not be published. Required fields are marked *