ସରକାରୀ ଚାକିରୀ ପାଇଁ ପରୀକ୍ଷା ଦେଉଥିଲେ କିନ୍ତୁ ନିଜେ ବନିଗଲେ ସରକାର ର ଏକ ଅଂଶ

ଲୋକସଭା କୁ ଯାଇଛନ୍ତି ଓଡ଼ିଶାର ସବୁଠୁ କନିଷ୍ଠ ସାଂସଦ ଚନ୍ଦ୍ରାଣି ମୁର୍ମୁ ,ଏବେ ତାଙ୍କୁ ନେଇ ଜାତୀୟ ଗଣମାଧ୍ୟମ ରେ ଜୋରଦାର ଚର୍ଚ୍ଚା I ଚନ୍ଦ୍ରାଣି ମୁର୍ମୁ 2019 ଲୋକସଭା ନିର୍ବାଚନ ପୂର୍ବରୁ ଜଣେ ସାଧାରଣ ଝିଅ ଭଳି ଥିଲେ I ଚନ୍ଦ୍ରାଣି ମୁର୍ମୁଙ୍କ ଇଞ୍ଜିନିଅରିଂଗି ସରିବା ପରେ ସେ ଚାକିରୀ ପାଇଁ ପରୀକ୍ଷା ଦେଉଥିଲେ କିନ୍ତୁ ନିର୍ବାଚନ ପରେ ତାଙ୍କ ଭବିଷ୍ୟତର ଦିଗ ବଦଳିଗଲା

I ଚନ୍ଦ୍ରାଣି ମୁର୍ମୁଙ୍କୁ 25 ବର୍ଷ ବୟସ ହୋଇଥିବା ବେଳେ ସେ କେଉଁଝର ଲୋକସଭା ଆସନ ଜିତି ସାଂସଦରେ ପହଂଚିଥିଲେ I ଚନ୍ଦ୍ରାଣି ମୁର୍ମୁଙ୍କ କହିବା ଅନୁସାରେ ସେ ରାଜନୀତିକୁ ଅଚାନକ ଚାଲିଆସିଲେ ସେ ପଢ଼ା ସମୟରେ କେବେବି ଭାଵୀନଥିଲେକି ରାଜନୀତିକୁ ଆସିବେ ବୋଲି I କେଉଁଝର ଲୋକସଭା ଆସନ ପାଇଁ ସେ ଏକ ପଢ଼ାଲେଖା ପ୍ରାର୍ଥୀ ଖୋଜୁଥିଲେ ହୁଏତ ମୁ ତାଙ୍କ ପାଇଁ ଉପଯୁକ୍ତ ହୋଇଥିବାରୁ ସେ ମତେ ବାଛିଲେ I

ଚନ୍ଦ୍ରାଣି ମୁର୍ମୁ ମେକାନିକାଲ ଇଞ୍ଜିନିଅରିଂଗି ରେ ବିଟେକ କରୁଥିଲେ ଓ ବିଟେକ ସରିବାପରେ ସେ ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ହେଉଥିଲେ ମଝିରେ ମଝିରେ ପରୀକ୍ଷା ମଧ୍ୟ ଦେଉଥିଲେ I ଚନ୍ଦ୍ରାଣି ମୁର୍ମୁ ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳ ତରଫରୁ ଟିକେଟ ପାଇ ନିର୍ବାଚନ ଲଢୁଥିଲେ ଓ ସଫଳତା ମଧ୍ୟ ପାଇଲେ I ସେ ଏହି ସଫଳତା ପାଇଁ ନବୀନ ପଟନାୟକଙ୍କୁ ବାହାଦୁରି ଦେଇଛନ୍ତି I

ଚନ୍ଦ୍ରାଣି ମୁର୍ମୁ କହିଲେ ମୁ ସବୁଠୁ କନିଷ୍ଠ ଯୁବସାଂସାଦ ହୋଇଥିବାରୁ ବହୁତ ଖୁସି ଅଛି ଓ ଗର୍ବ ମଧ୍ୟ ଅନୁଭବ କରୁଛି I ନବୀନ ପଟନାୟକ ମତେ ସୁଯୋଗ ଦେଇଥିବାରୁ ସମ୍ପୂର୍ଣ ବାହାଦୁରି ତାଙ୍କୁ ଦେବାକୁ ଚାହୁଁଛି Iଏହା ସହିତ ରାଜନୀତି କୁ ତାଙ୍କୁ ଆଣିଥିବା ସନାତନ ମହାକୁଡ଼ ଙ୍କୁ ମଧ୍ୟ ଶ୍ରେୟ ଦେଇଥିଲେ I

Leave a Reply

Your email address will not be published. Required fields are marked *