ସାତ ବର୍ଷ ତଳେ ମେ ୨୯ ରେ ଷଡଯନ୍ତ୍ର ମିଡନାଇଟ ଅପରେସନ,ସାତ ବର୍ଷ ପରେ ମିଡ୍ ଡେ ରେ ଶପଥ

ମେ ୨୯, ଓଡିଶା ରାଜନୀତି ରେ ଏକ ଅଭୁଲା ଦିନ I ନା ଏହାକୁ ବିଜେଡି ଭୁଲିପାରିବ ନା ରାଜ୍ୟବାସୀ I ୟା ମଧ୍ୟରେ ପାଖାପାଖି ସାତବର୍ଷ ବିତିଯାଇଛି କିନ୍ତୁ ଯେବେ ମେ ୨୯ ଆସେ ପୁଣିଥରେ ସେଦିନ ର ଘଟଣା ତାଜା ହେଇଯାଏ Iୟା ମଧ୍ୟରେ ସାତ ବର୍ଷ ବିତିଯାଇଛି କିନ୍ତୁ ସେ ଦିନ ର ଅଭୁଲା ସ୍ମୃତି ଲିଭିପାରିନାହିଁ I ସାତବର୍ଷ ତଳେ ଠିକ ୨୯ ମେ ୨୦୧୨ ମଙ୍ଗଳବାର ରାତିରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ ରେ ଥାଆନ୍ତି ,ହଠାତ କାଳ ରାତ୍ରିରେ ସତେ ଯେପରି ମାଡି ଆସିଲା ବିଜେଡି ପାଇଁ ପ୍ରଳୟ ‘ଶହୀଦ ନଗର ପ୍ଲଟ ନମ୍ବର A/111ରେ ତୀବ୍ର ବେଗରେ ବହୁଥିଲା ରାଜନୀତି କ୍ଷମତା ପବନ I

ଭିତରେ କଣ ହେଉଥିଲା ଜଣାନଥିଲା କେବଳ ଏତିକି ହିଁ ଖବର ଆସିଲା ଯେ ନବୀନ ଙ୍କୁ ଗାଦିଚ୍ୟୁତ କରିବାପାଇଁ ବିଜେଡି ଚାଣକ୍ୟ ପ୍ୟାରୀମୋହନ ବିଧାୟକ ମାନଙ୍କୁ ଡାକିକି ‘ମିଡନାଇଟ ଅପରେସନ’ କରୁଥିଲେ I ବିଜୁ ଙ୍କ ସବୁଠୁ ବିଶ୍ୱସ୍ତ ଥିବା ତଥା ବିଜେଡି ର ଆଗ ଧାଡ଼ିର କେତେଜଣ ନେତା ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ସନ୍ଦେଶ ପଠାଇ ନବୀନ ନିବାସ ରେ ରାତି ଅଧିଆ ବୈଠକ ଡକାଇ ପ୍ୟାରୀ ଙ୍କ ଷଡଯନ୍ତ୍ର ଭଣ୍ଡୁର କରିଦେଇଥିଲେ ଏବଂ ସକାଳୁ ନବୀନ ପହଁଚି ପ୍ୟାରୀଙ୍କୁ ବେଈମାନ ର ଆଖ୍ୟା ଦେଇ ଦଳରୁ ବିତାଡିତ କରିଥିଲେ I

େଦିନର ସେହି ରାତ୍ରି ରାଜନୀତି ରେ ମିଡନାଇଟ ଭାବେ ଲିପିବଦ୍ଧ ରହିଆସିଛି I ୟା ମଧ୍ୟରେ ପ୍ୟାରୀ ରାଜନୀତି ରେ ପରାଜୟ ବରଣ କରି ଦେହ ତ୍ୟାଗ କରିସାରିଲେଣି I ଚଳିତ ଥର ବିଜେଡି ପୁଣିଥରେ ବହୁମତ ପାଇ ନବୀନ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି I

ସଂଯୋଗ ବଶତଃ ଯେଉଁ ସାତ ବର୍ଷ ତଳେ ୨୯ ମେ ରେ ନବୀନ ଙ୍କ କ୍ଷମତା ଅପହରଣ କରାଯାଇ ଗାଦିଚ୍ୟୁତ କରାଯିବାକୁ ଉଦ୍ୟମ କରାଯାଇଥିଲା ପୁଣିଥରେ ସାତ ବର୍ଷ ପରେ ସେହିଦିନରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ବିଜେଡି ସୁପ୍ରିମ ନବୀନ ପଟନାୟକ I ଉପସ୍ଥାପନା :ଗୋପାଳ ଚନ୍ଦ୍ର ପତି

Leave a Reply

Your email address will not be published. Required fields are marked *