ଚାରି ଚାରି ଥର ୟୁପିଏସସିରେ ବିଫଳ ହେଲା ପରେ ବି ନିରାଶ ହୋଇନଥିଲେ ଏହି ଶିକ୍ଷକ । ୫ମ ଥରରେ ଏହି ଉପାୟରେ ପରୀକ୍ଷାରେ ହେଲେ ସଫଳ,ବନିଗଲେ ଆଇଏଏସ ଅଫିସର

କଥାରେ ଅଛି ପରିଶ୍ରମ ଏବଂ ଦୃଢ଼ ଇଚ୍ଛାଶକ୍ତି ହିଁ ସଫଳତାର ଚାବିକାଠି।ଏଭଳି କିଛି ଉଦାହରଣ ସାଜିଛନ୍ତି ଜଣେ ଆଇଏସ୍ ଅଫିସର୍।ଯିଏ କି ଚାରି ଥର ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଫେଲ୍ ହେବା ପରେ ପଞ୍ଚମ ଥର ସଫଳ ହୋଇଛନ୍ତି।କିନ୍ତୁ ଏଥିରେ ସେ କେବେ ନିରାଶ ହୋଇ ନ ଥିଲେ କିମ୍ବା ତାଙ୍କର ଚେଷ୍ଟାକୁ ସେ ଛାଡ଼ି ଦେଇ ନ ଥିଲେ।
ବିବେକ ଚୌହାନ ଗାଜିଆବାଦ୍ ରେ ରହୁଥିଲେ।ଏବଂ ଶିକ୍ଷକତା କରୁଥିଲେ।ସେଠୁ ତାଙ୍କ ସ୍କୁଲ୍ ବହୁତ୍ ଦୂର ଥିଲା।ସେଥିପାଇଁ ସେ ପ୍ରତିଦିନ ସକାଳ ୫ ଟା ରୁ ଉଠୁଥିଲେ।ବିବେକଙ୍କର ପିଲା ଦିନରୁ ଡାକ୍ତର ହେବାର ବହୁତ୍ ଇଚ୍ଛା ଥିଲା କିନ୍ତୁ ସେ ତାଙ୍କର ଏହି ଇଛାକୁ ମାରିଦେଇ ଶିକ୍ଷକତା କରିବାକୁ ମନ ବଳାଇଥିଲେ।ଏଥିପାଇଁ ସେ ଦିଲ୍ଲୀ ୟୁନିଭର୍ଶିଟିରେ କର୍ପୋରେସନ ର ଏକ ଟିଚର୍ ଟ୍ରେନିଂ ପ୍ରୋଗ୍ରାମ ରେ ଯୋଗ ଦେଇଥିଲେ।

ସେତେବେଳେ ତାଙ୍କୁ ୧୯ ବର୍ଷ ଥିଲା।କିନ୍ତୁ ୨୫ ବର୍ଷ ବୟସରେ ତାଙ୍କୁ ଲାଗିଲା କି ସେ ସିଭିଲ ସର୍ଭିସ ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହେବା ଉଚିତ୍।ଏବଂ ସେ ୨୦୧୦ ମସିହାରେ ବିନା ପ୍ରସ୍ତୁତ ରେ ପ୍ରଥମ ଥର ପରୀକ୍ଷା ଦେଲେ ଏବଂ ହୃଦବୋଧ କଲେ କି ସେ ତାଙ୍କର ପ୍ରଥମ ସୁଯୋଗ ଅଯଥାରେ ହରାଇ ଦେଲେ।କାହିଁକି ନା ସେତେବେଳେ ପରୀକ୍ଷା ରେ କେବଳ ୪ ଟି ସୁଯୋଗ ମିଳୁଥିଲା।ଏବଂ ୨୦୧୧ ରେ ପୁଣି ପରୀକ୍ଷା ଦେଇ ୭ ମାର୍କ ରେ ଫେଲ ହୋଇଯାଇଥିଲେ।କିନ୍ତୁ ସେ ଏଥିରେ ସେ ହାରି ଯାଇ ନ ଥିଲେ।ଏବଂ ତୃତୀୟ ଥର ମଧ୍ୟ ସେ ୩ ମାର୍କ ରେ ଫେଲ ହୋଇ ଯାଇଥିଲେ।ସେ ନିଜ ପତ୍ନୀ ଏବଂ ବନ୍ଧୁ ପରିବାର ବର୍ଗଙ୍କ ସମର୍ଥନରେ ପୁଣି ଥରେ ପରୀକ୍ଷା ଦେବାପାଇଁ ଇଚ୍ଛା କଲେ।ଏବଂ ପ୍ରାରମ୍ଭିକ ପରୀକ୍ଷାରେ ୨୩୨ ମାର୍କ ରଖିଥିଲେ।ଏବଂ ଭାବିଲେ ପୁଣି ଥରେ ଶିକ୍ଷକତାକୁ ଫେରିଯିବେ।ଏବଂ ସେତେବେଳେ ତାଙ୍କର ବୟସ ୩୦ ବର୍ଷ ହୋଇଥିଲା।ସେ ଏହି ସମୟରେ ଜାଣିବାକୁ ପାଇଲେ ଏବେ ବୟସ ୩୨ ଏବଂ ୬ ଥର ପରୀକ୍ଷା ଦେଇ ପାରିବେ।ଯାହା ଫଳରେ ବିବେକଙ୍କ ପାଖରେ ଆଉ ଦୁଇଟି ସୁଯୋଗ ରହିଯାଇଥିଲା।ତେବେ ପଞ୍ଚମ ଥର ତାଙ୍କ ପାଇଁ କର ଏବଂ ମର ସ୍ଥିତି ଥିଲା।ଏଥିପାଇଁ ସେ ନିଜର ପୁରା ଚେଷ୍ଟା ଲଗାଇ ଦେଇଥିଲେ।ଫଳାଫଳ ପ୍ରକାଶ ପାଇବା ପରେ ସେ ଅଲ୍ ଇଣ୍ଡିଆରେ ୩୦୦ ତମ ସ୍ଥାନରେ ରହିଥିଲେ।ଜଣେ ମିଡଲ କ୍ଲାସ୍ ପିଲା ଏହା କରିବା ଏତେ ସମ୍ଭବ ନୁହେଁ।ଏବଂ ସେ ସଫଳ ହୋଇଥିଲେ।

Leave a Reply

Your email address will not be published. Required fields are marked *