ନବୀନଙ୍କ ନୂଆ ଟିମ୍ ଘୋଷଣା ,ଜାଣନ୍ତୁ କିଏ ହେଲେ କ୍ୟାବିନେଟ୍ ଏବଂ କିଏ ରାଷ୍ଟ୍ରମନ୍ତ୍ରୀ I

ଆଜି ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟନାୟକ ଶପଥ ନେବାକୁ ଯାଉଥିବା ବେଳେ ଘୋଷଣା ହେଇଚି ନବୀନଙ୍କ ମନ୍ତ୍ରୀମଣ୍ଡଳ ର ନୂଆଟିମ୍ ଙ୍କ ନାମ I ତଥ୍ୟ ଅନୁଯାଇ ୧୧ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ଦିଆଯାଇଥିବା ବେଳେ ୯ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି ।ଆଜି ଏହି ନବ ନିର୍ବାଚିତ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ I ୧୧ଜଣ କ୍ୟାବିନେଟ୍ ପାହ୍ୟା ପାଇଥିବା ବିଧାୟକ ହେଉଛନ୍ତି ପ୍ରଫୁଲ୍ଲ ମଲ୍ଲିକ,ସୁଶାନ୍ତ ସିଂ,ଅରୁଣ ସାହୁ,ନିରଞ୍ଜନ ପୂଜାରୀ,ବିକ୍ରମକେଶରୀ ଆରୁଖ,ପ୍ରତାପ ଜେନା,ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ସୁଦାମ ମାରାଣ୍ଡି, ପଦ୍ମନାଭ ବେହେରା ,ନବ କିଶୋର ଦାସ,ଟୁକୁନି ସାହୁ I

ସେହିପରି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଥିବା ବିଧାୟକ ହେଉଛନ୍ତି ସମୀର ଦାସ, ଦିବ୍ୟ ଶଙ୍କର ମିଶ୍ର , ରଘୁନନ୍ଦନ ଦାସ, ଅଶୋକ ପଣ୍ଡା, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନ, ତୁଷାରକାନ୍ତି ବେହେରା,ପ୍ରେମାନନ୍ଦ ନାୟକ, ଜଗନ୍ନାଥ ସାରକା I

Leave a Reply

Your email address will not be published. Required fields are marked *