ଶକ୍ତି ମନ୍ତ୍ରୀ ହେଲେ ଦିବ୍ୟଶଙ୍କର

ପଞ୍ଚମ ଥର ପାଇଁ ନବୀନ ପଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ନୂଆକରି 9ଜଣ ବିଧାୟକ ଙ୍କୁ ମନ୍ତ୍ରୀପଦ ଦିଆଯାଇଛି I ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଶକ୍ତି ବିଭାଗ ର ମନ୍ତ୍ରୀ ଭାବେ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କୁ ଦାୟିତ୍ୱ ଦିଆଯାଇଛି I ଶକ୍ତି ବିଭାଗ ସହିତ ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କୁ ମଧ୍ୟ ଦିଆଯାଇଛି I ନିକଟରେ ବାତ୍ୟା ଫନି ସମ୍ପୂର୍ଣ୍ଣ ବିଦ୍ୟୁତ ବିଭାଗ କୁ ଧ୍ୱସ୍ତ କରିଦେଇଥିବା ବେଳେ ବିଦ୍ୟୁତ ବିଭାଗ ରେ କର୍ମଚାରୀ ସମସ୍ୟା ଏକ ପ୍ରମୁଖ ସମସ୍ୟା I

ନୂଆ କରି ଦାୟିତ୍ୱ ନେଇଥିବା ମନ୍ତ୍ରୀ ମହୋଦୟ ଏହାକୁ କିପରି ଭାବେ ସମାଧାନ କରୁଛନ୍ତି ତାହା ଆଗକୁ ଦେଖିବାର କଥା I

Leave a Reply

Your email address will not be published. Required fields are marked *