ଇସ୍ତଫା ଫେରାଇ ନେବା ପାଇଁ ରାହୁଲ ଗାନ୍ଧିଙ୍କ ବାସଭବନ ଆଗରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଆମରଣ ଅନଶନ

ନିର୍ବାଚନ ଫଳାଫଳ ଆସିବା ପରେ ରାହୁଲ ଗାନ୍ଧୀଙ୍କ ଇସ୍ତଫାକୁ ନେଇ ଆଲୋଚନା ଜାରି ରହିଛି।କଂଗ୍ରେସ ଅଧକ୍ଷ ପଦରେ ରାହୁଲ ଯେମିତି ଇସ୍ତଫା ନ ନିଅନ୍ତି ସେ ନେଇ ଦଳର ବଡ଼ ବଡ଼ ନେତାଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତା ଲାଗିପଡିଛନ୍ତି।ଏ ନେଇ ନୂଆଦିଲ୍ଲୀରେ ତୁଗଲକ୍ ରୋଡ ସ୍ଥିତ ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ କିଛି କଂଗ୍ରେସ ନେତା ଆମରଣ ଅନଶନରେ ବସିଥିବା ର ଜଣା ପଡିଛି।

ସେମାନେ ରାହୁଲଙ୍କୁ ଇସ୍ତଫା ଫେରାଇ ନେବାକୁ ଦାବି କରୁଛନ୍ତି।ତାଙ୍କ କହିବା ଅନୁସାରେ ରାହୁଲ ଗାନ୍ଧୀ କ୍ଷୁବ୍ଧ ଅଛନ୍ତି ଓ ଏ ପର୍ଯ୍ୟନ୍ତ ଇସ୍ତଫା ପତ୍ର ଫେରାଇ ନାହାନ୍ତି।କାର୍ଯ୍ୟକର୍ତ୍ତା ଙ୍କ କହିବା ଅନୁସାରେ ଯେ ପର୍ଯ୍ୟନ୍ତ ରାହୁଲ ନ ମାନିଛନ୍ତି ସେ ପର୍ଯ୍ୟନ୍ତ ସେ ସେମିତି ଅନଶନରେ ବସି ରହିବେ।ରାହୁଲ ଗାନ୍ଧୀ ଇସ୍ତଫା ଦେବା ବିଷୟରେ ଭାବନ୍ତୁ ନାହିଁ।ଆମେ ମିଶିକି ପାର୍ଟି ପାଇଁ କାମ କରିବୁ ଏବଂ ପାର୍ଟିକୁ ଛିଡ଼ା କରିବୁ।

Leave a Reply

Your email address will not be published. Required fields are marked *