ନବୀନ/ବିଜେଡି ପାଇଁ ଲକି ପାଣ୍ଡିଆନ୍ ,ଗତକାଲି ନବୀନ ଙ୍କ ଶପଥ ବେଳେ ମେ’ ୨୯ ଥିଲା ପାଣ୍ଡିଆନ ଙ୍କ ଜନ୍ମଦିନ

ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେଡି ସୁପ୍ରିମ ନବୀନ ପଟନାୟକ I ସବୁ କଳ୍ପନା ଜଳ୍ପନା ରେ ଅନ୍ତ ଘଟାଇ ବିପୁଳ ପରିମାଣରେ ବିଜୟୀ ହେଇଛନ୍ତି ବିଜେଡି ବିଧାୟକ ମାନେ I ଏପରିକି ନବୀନ ଙ୍କୁ କଡା ଟକ୍କର ଦେବାକୁ ଅଣ୍ଟା ଭିଡିଥିବା ନେତା ମାନେ ମଧ୍ୟ ଚିଟ ପଟାଙ୍ଗ ମାରିଛନ୍ତି I ତେବେ ଗତକାଲି ନବୀନ ଙ୍କ ଶପଥ ମେ’ ୨୯ ହେଉଛି ଏକ ଚର୍ଚିତ ଦିନ Iଏହିଦିନ ରାତ୍ରକାଳରେ ମିଡ଼ ନାଇଟ ଅପରେସନ କରିଥିଲେ ନବୀନ ଙ୍କ ଅତ୍ୟନ୍ତ ବିଶ୍ୱସ୍ତ ବୋଲାଉଥିବା ତଥା ବିଜେଡି ଚାଣକ୍ୟ ପ୍ୟାରୀମୋହନ I

ଅବଶ୍ୟ ଏହା ଜଣାପଡିବା ପରେ ଦଳରୁ ବିଦା ହେବା ସହିତ ରାଜନୀତି ରୁ ପ୍ୟାରୀ I କିନ୍ତୁ ଦିନଟି ଚର୍ଚିତ ହେଇ ରହିଯାଇଛି I ସାତ ବର୍ଷ ପରେ ପୁନର୍ବାର ସେଦି ଦିନରେ ନବୀନ ପଟନାୟକ ଆଉ ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି Iଯେଉଁଦିନରେ ଷଡଯନ୍ତ୍ର କରାଯାଇଥିଲା ସେହି ଦିନରେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ I ବିଜେଡି ସଫଳତା ପଛରେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ନବୀନ ଙ୍କ ଏକାନ୍ତ ଅନୁଗତ ପାଣ୍ଡିଆନ ଙ୍କ ଭୂମିକା ସମସ୍ତଙ୍କୁ ଜଣା I

ସାଧାରଣତଃ ତାଙ୍କୁ ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଏ I ତେବେ ସବୁଠୁ ଚର୍ଚିତ କଥା ଟି ହେଉଛି ଗତକାଲି ବିଜେଡି ପାଇଁ ଏକ ଶୁଭ ଦିନ ଥିବାବେଳେ ପାଣ୍ଡିଆନ ଙ୍କ ଜନ୍ମ ଦିନ ଥିଲା ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି I

ତେଣୁ ଏହି ଦିନଟି ବିଜେଡି ପାଇଁ କୁଆଡେ ଅତ୍ୟନ୍ତ ଶୁଭ ଅଟେ I

Leave a Reply

Your email address will not be published. Required fields are marked *