ଆଜି ମୋଦିଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଶୀଘ୍ର ବନ୍ଦ ହୋଇଯିବ ସରକାରୀ କାର୍ଯ୍ୟାଳୟ

ଆଜି ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି। ତେଣୁ ମୋଦି ଙ୍କ ଶପଥ ଗ୍ରହଣ ଅମାରୋହ କୁ ଆଖି ଆଗରେ ରଖି ଗୁରୁବାର ଦିନ ରାଷ୍ଟ୍ରପତି ଭବନ ର ଆଖପାଖ ରେ ଥିବା ସରକାରୀ କାର୍ଯ୍ୟାଳୟ କୁ ବନ୍ଦ କରିଦେବାକୁ ନିର୍ଦେଶ ଦିଆଯାଇଛି। କାର୍ମିକ ମନ୍ତ୍ରଣାଳୟ ଏକ ଆଦେଶ ଜାରି କରି କହିଛି ଯେ ନର୍ଥ ବ୍ଲାକ, ସାଉଥ୍ ବ୍ଲାକ୍, ରେଳ ଭବନ, ସେନା ଭବନ, ବାୟୁ ଭବନ, ଡିଆରଡିଓ ଓ ହଟମେନ୍ଟସ୍ଥିତ ସରକାରୀ କାର୍ଯ୍ୟାଳୟ ଗୁରୁବାର ଦିନ ଦୁଇଟା ସମୟ ପରେ ବନ୍ଦ ହୋଇଯିବ। ଶପଥ ଗ୍ରହଣ କାର୍ଯ୍ୟ କୁ ଠିକ୍ ଭାବରେ ତୁଲାଇବାକୁ ଏଭଳି କରାଯାଇଛି।

ରାଷ୍ଟ୍ରପତି ରାମନାଥକୋବିନ୍ଦ୍ ଆସନ୍ତା କାଲି ସନ୍ଧ୍ୟା ୭ ଟା ସମୟ ରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ର ଅନ୍ୟାନ୍ୟ ମନ୍ତ୍ରୀ ମାନଙ୍କୁ ଗୋପନୀୟତା ସହ ସପଥ ପାଠ କରାଇବେ। ଏହି ଶପଥ ପାଠ ସମୟରେ ୬୫୦୦ ଅତିଥି ସାମିଲ ହେବେ। ପ୍ରଧାମନ୍ତ୍ରୀଙ୍କ ଶପଥଗ୍ରହଣ ପାଇଁ ସମସ୍ତ ମନ୍ତ୍ରଣାଳୟ ର କାର୍ଯ୍ୟାଳୟ ସମୟ ପୂର୍ବରୁ ବନ୍ଦ ହୋଇଯିବ। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବରେ ଶପଥଗ୍ରହଣ କରିବା ପୂର୍ବରୁ ଆସନ୍ତା କାଲି ସକାଳ ୭ ଟା ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରି ବାଜପେୟୀ ଙ୍କ ସମାଧି ସ୍ଥଳ କୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

Leave a Reply

Your email address will not be published. Required fields are marked *