ମୁସଲମାନ ବ୍ୟକ୍ତି ଙ୍କୁ ଅଟକାଇ ତମେ ପାକିସ୍ତାନ ଚାଲିଯାଅ କହି ଗୁଳି ମାରିଦେଲା ଯୁବକ

ଖବର ଅନୁସାରେ ବେଗୁସରାୟର ଏକ ଫେରୀଵାଲା ମୋହମ୍ମଦ କାସିମି ବୁଲି ବୁଲି ଜିନିଷ ପତ୍ର ବିକି ନିଜ ପେଟ ପୋଷନ୍ତି ଘଟଣା ଦିନ କାସିମି ଚୋରିୟା ବାରିୟାରପୁର ଥାନା ଅନ୍ତର୍ଗତ କୁମ୍ଭି ଗାଁରେ ବୁଲି ବୁଲି ବିକି ସାରି ଫେରୁଥିବା ସମୟରେ ଏକ ଯୁବକ ତାଙ୍କୁ ଅଟକାଇ ନାମ ପଚାରିଥିଲା I ଯୁବକ ଜଣକ କହିଲା ତୁମେ ମୁସଲମାନ ,ଏଠାରେ କଣ କରୁଛ ?ତମେ ପାକିସ୍ତାନ ଚାଲିଯିବା ଦରକାର କହି ପକଟରୁ ଏକ ଦେଶୀ ବନ୍ଧୁକ ବାହାର କରି ଗୁଳି ମାରିଦେଲା I ପିଠିରେ ଗୁଳି ଲାଗିବାପରେ ରକ୍ତ ଜୁଡୁବୁଡୁ ହୋଇ ହସ୍ପିଟାଲରେ ପହଂଚିଥିଲେ I

କାସିମି ବର୍ତ୍ତମାନ ବେଗୁସରାୟର ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତି ହୋଇଛନ୍ତି ତାଙ୍କୁ ବଂଚାଇବା ପାଇଁ ବହୁ ଚେଷ୍ଟା ଚଳାଯାଉଛି I କାସିମି ବୟାନରେ କହିଛନ୍ତିକି ଯୁବକ ଗୁଳି ମାରିବା ସମୟରେ ମଦ ନିଶାରେ ଥିଲେ I ବୟାନକୁ ଆଧାର କରି ପୋଲିସ ଆସାମୀକୁ ଗିରଫ କରିବାକୁ ଚେଷ୍ଟା ଚଳାଇଛି I ଗୁଳି ମାରିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ I

Leave a Reply

Your email address will not be published. Required fields are marked *