ରିଲାକ୍ସ ହେଉଛନ୍ତି ରାହୁଲ, କୁକୁର ସହ ଭ୍ରମଣରେ ବାହାରିଲେ କଂଗ୍ରେସ ଅଧ୍ୟକ୍ଷ

ଚଳିତ ଲୋକସଭା ନିର୍ବାଚନରେ ରେ କଂଗ୍ରେସ ର ପରାଜୟ ପରେ କିଛି ବରିଷ୍ଠ ନେତା ଙ୍କ ଉପରେ ଅତ୍ୟନ୍ତ ରାଗିଯାଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। କିଛି ବରିଷ୍ଠ ନେତା ମାନଙ୍କ ପୁତ୍ର ମୋହ ଯୋଗୁ ତାଙ୍କ ଦଳ ର ଏଭଳି ପରାଜୟ ଘଟୁଛି ବୋଲି ମଧ୍ୟ ସେ କହିଥିଲେ। ଏପରି କି ସେ ନିଜ ପଦବୀ ରୁ ଇସ୍ତପା ଦେବାକୁ ମଧ୍ୟ ବାହାରିଥିଲେ। କିନ୍ତୁ ବର୍ତ୍ତମାନ ସେ ନିଜ ମନ କୁ ଟିକିଏ ରିଲାକ୍ସ କରିବା ପାଇଁ ନିଜ ପୋଷା କୁକୁର ସହ ବାହାରକୁ ବୁଲି ବାହାରିବା ର ଦେଖିବାକୁ ମିଳିଛି। ଦିଲ୍ଲୀ ରାସ୍ତା ରେ ନିଜ ପୋଷା କୁକୁର ପିଡି ସହ ସେ ବୁଲି ବାହାରିବା ର ଫଟୋ କୁ ସାମ୍ବାଦିକ ମାନେ ଉଠାଇଥିଲେ। ଏହାକୁ ଦେଖି ରାହୁଲ ମଧ୍ୟ ଟିକିଏ ସ୍ମୀତ ହାସ୍ୟ ଦେଇଥିଲେ।

କଂଗ୍ରେସ ର ଏଭଳି ଭାବରେ ପରାଜୟତା ଦେଖି ରାହୁଲ ନିଜ ପଦବୀ ରୁ ଇସ୍ତପା ଦେବାକୁ ଅଡି ବସିଥିଲେ। ସେଥି ପାଇଁ ତାଙ୍କୁ ମନାଇବାକୁ ଗତ ମଙ୍ଗଳବାର ଦିନ ଦଳ ର ମହାସଚିବ ପ୍ରିୟଙ୍କା ଗାନ୍ଧି ଓ ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜୱାଲା ରାହୁଲ ଙ୍କ ବାସଭବନ କୁ ଯାଇଥିଲେ। ତେବେ ରାହୁଲ ବର୍ତ୍ତମାନ ଧୀରେ ଧୀରେ ଶାନ୍ତ ହେଉଥିବା ର ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *