ହିନ୍ଦୁଙ୍କୁ ବଦନାମ କରିବାକୁ କରୁଥିଲା ଷଡଯନ୍ତ୍ର,ସି.ସି ଟିଭି ଫୁଟେଜ ରେ ଧରାପଡିଲା ଏହି ବ୍ୟକ୍ତି

ଦିଲ୍ଲୀରେ ସାଇବର ସିଟି ନାମରେ ଗୁରୁଗ୍ରାମରେ ଅବସ୍ତିତ ଥିବା ଜାମା ମତ୍ସଜିଦିରୁ ଏକ ଭୟାନକ ଘଟଣା ସାମ୍ନାକୁ ଆସିଛି I ଘଟଣା ଅନୁସାରେ କିଛି ବ୍ୟକ୍ତି ଏକ ମୁସଲିମ ଯୁବକର ଟୋପି ଫୋପାଡ଼ି ଜବରଦସ୍ତି ଜୟଶ୍ରୀରାମ କହିବାକୁ ବାଧ୍ୟ କରାଉଥିଲେ I ଏହି ଘଟଣା ସାମ୍ନାକୁ ଆସିବାରେ ସମସ୍ତ ଚେହେରା ପର୍ଦାଫାଶ ହୋଇଛି ଯିଏ ଗୁରୁଗ୍ରାମର ଏକ ଏଜେଣ୍ଟ ଜରିଆରେ ହିନ୍ଦୁ ସଙ୍ଗଠନକୁ ବଦନାମ କରିବାକୁ ଚେଷ୍ଟା କରୁଥିଲେ Iପୋଲିସ ତଦନ୍ତରୁ ଏହା ଜଣାପଡ଼ିଛିକି ମୁସଲିମ ଯୁବକ ମୋହମ୍ମଦ ବକ୍ତର ସହ ଝଗଡା ହେଇଛି ସତ କିନ୍ତୁ ନା ତାର କେହି ଟୋପି ଫୋପାଡ଼ିଛନ୍ତି ନା ତାର କିଏ ସାର୍ଟ ପାଢ଼ିଛି I ସିସି ଟିଭି ଫୁଟେଜରୁ ଏହା ଜଣା ପଡିଛି ଯୁବକଙ୍କୁ ଆରୋପି ନୁହଁ ବରଂ ଆଉ ଜଣେ ବ୍ୟକ୍ତି ରୋକିଥିଲେ I ସିସି ଟିଭି ଫୁଟେଜରେ ଏମିତି କୌଣସି ଘଟଣା ଦେଖିବାକୁ ମିଳିନି ଯେଉଁଥିରେ ଯୁବକଙ୍କର ସାର୍ଟ ଫଡାଯାଇଛି ଓ ଟୋପି ଫୋପାଡ଼ିଦିଆଯାଇଛି I ଯୁବକ ଏହା ଦୋଷ ଲଗାଇଛନ୍ତିକି ଗୁରୁଗ୍ରାମରେ ଶନିବାର ରାତିରେ ନମାଜ ପଢି ଫେରୁଥିବା ସମୟରେ 5-6 ଜଣ ବ୍ୟକ୍ତି ତାଙ୍କ ଟୋପିକୁ ଫୋପାଡିବା ସହ ତାଙ୍କ ସାର୍ଟ ମଧ୍ୟ ଫାଡ଼ିଦେଇଥିଲେ ସେ ଏହାକୁ ବିରୋଧ କରିବାରୁ ସେମାନେ ଯୁବକକୁ ମାରିଥିଲେ I କିନ୍ତୁ ସିସି ଟିଭି ଫୁଟେଜରୁ ଏହା ସ୍ପଷ୍ଟ ହେଇଛିକି ଯୁବକ ନମାଜ ପଢି ଘରକୁ ଫେରୁଥିବିବା ସମୟରେ ତାଙ୍କ ପଛରେ ଏକ ବ୍ୟକ୍ତି ଆସୁଥିଲେ ଯିଏ ମଦ ନିଶାରେ ଥିଲେ I ସେ ମଦ ନିଶାରେ ଥିବାରୁ ଯୁବକଙ୍କୁ ରୋକିଥିଲେ ଓ ଦୁଇଜଣଙ୍କ ଭିତରେ ହାଲକା ଝଗଡା ହୋଇଥିଲା I ସେଠାରେ ଉପସ୍ଥିତ ଥିବା ଜଣେ କର୍ମଚାରୀ ଦୁଇଜଣଙ୍କୁ ଝଗଡାରୁ ଅଲଗା କରିଦେଇଥିଲେ Iପୋଲିସ ଅଧିକାରୀଙ୍କ ହିସାବରେ କିଛି ଅସାମାଜିକ ବ୍ୟକ୍ତି ଛୋଟ ଝଗଡ଼ାକୁ ସମ୍ପ୍ରଦାୟିକ ରୂପ ଦେବାକୁ ଚେଷ୍ଟା କରୁଛନ୍ତି I

Leave a Reply

Your email address will not be published. Required fields are marked *