ଅମିତି ସାହା କ୍ୟାବିନେଟ ମନ୍ତ୍ରୀ ଵନିବା ପରେ ବର୍ତ୍ତମାନ ଅଧକ୍ଷ ପଦ ଦୌଡରେ ସବୁଠୁ ଆଗରେ ଅଛନ୍ତି ଯେ.ପି ନଡ୍ଡା

ନୂଆ ଦିଲ୍ଲୀ :2019 ଲୋକସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିବା ପରେ ନରେନ୍ଦ୍ର ମୋଦିଙ୍କ ସହ ସମସ୍ତ ମନ୍ତ୍ରୀମଣ୍ଡଳର ସଦସ୍ୟ ଗୁରୁବାର ଦିନ ପଦ ଓ ଗୋପନୀୟତାର ଶପଥ ନେଲେ I ଅମିତି ସାହାପ୍ରଥମ ଥର ପାଇଁ କ୍ୟାବିନେଟରେ ସାମିଲୀ ହୋଇଛନ୍ତି I ଅମିତି ସାହା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ରାଷ୍ଟୀୟ ଅଧକ୍ଷ ପଦରେ କିଏ ରହିବ ଚର୍ଚ୍ଚା ଚାଲିଥିବା ବେଳେ ଜେପି ନଡାଙ୍କୁ ରାଷ୍ଟୀୟ ଅଧକ୍ଷ ପଦର ଦାୟିତ୍ୱ ଦିଆଯାଇପାରେ ବୋଲି ଶୁଣାଯାଉଛି I ଲୋକସଭା ନିର୍ବାଚନରେ ଜେପି ନଡ଼ାଙ୍କୁ ଉତ୍ତର ପ୍ରଦେଶର ଦାୟିତ୍ୱ ଦିଆଯାଇଥିଲା ଯେଉଁଠି ବିଜେପି 62 ସିଟି ଜିତିଥିଲା I ଖବର ଅନୁସାରେ ଅମିତି ସାହାଙ୍କୁ କୌଣସି ବଡ଼ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇପାରେ I ସାହାଙ୍କୁ ଅର୍ଥ ମନ୍ତ୍ରୀର ଦାୟିତ୍ୱ ଦିଆଯାଇପାରେ I

ଏମିତିରେ ସାହାଙ୍କୁ ବିଦେଶୀ ମନ୍ତ୍ରାଳୟ ମଧ୍ୟ ମିଳିପାରେ ବୋଲି ଚର୍ଚା ହଉଛି I ବିଦେଶୀ ମନ୍ତ୍ରାଳୟ ମିଳିବାର ଆଶଙ୍କା ବହୁତ କମ କାରଣ ମୋଦି କ୍ୟାବିନେଟରେ ଏଥର ଜୟ ଶଙ୍କରଙ୍କୁ ସାମିଲୀ କରାଯାଇଛି I ବିଜେପିକୁ ମଜଭୁତ ବନାଇବାରେ ରାଷ୍ଟ୍ରୀୟ ଅଧକ୍ଷ ଅମିତି ସାହାଙ୍କ ବହୁତ ବଡ ଭୂମିକା ରହିଛି I ତାଙ୍କ ପରିଶ୍ରମ ଫଳରେ

ବିଜେପିକୁ 2014 ଲୋକସଭା ନିର୍ବାଚନରେ 282 ସିଟି ଓ 2019 ଲୋକସଭା ନିର୍ବାଚନରେ 303ର ଅଙ୍କକୁ ଛୁଇଁଛି Iଅମିତି ସାହା ପ୍ରଥମ ଥର ଗୁଜୁରାଟ ତରଫରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ ଓ ସେଠି ସେ 5ଲକ୍ଷ 54 ହଜାର ସିଟିରେ ବିଜୟ ହାସଲ କରିଥିଲେ I ବିଜେପି ଅଧକ୍ଷ ଅମିତି ସାହା କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଯୋଗ ଦେବା ପରେ ରାଷ୍ଟ୍ରୀୟ ଅଧକ୍ଷର ପଦ ବିଜେପି ନେତା ଜେପି ନଡାଙ୍କୁ ମିଳିପାରେ ଶୁଣାଯାଉଛି I ସାହା ମୋଦି ମନ୍ତ୍ରୀପରିଷଦରେ ସାମିଲୀ ହବା ପରେ ଜଣେ ବ୍ୟକ୍ତିକୁ ଗୋଟେ ପଦ ସିଧାନ୍ତ ଅନୁସାରେ ସାହାଙ୍କୁ ପଦ ଛାଡିବାକୁ ପଡିବ I ବିଜେପି ନଡାଙ୍କ ଉପରେ ବହୁତ ବିଶ୍ୱାସ ରଖିଛି ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ଥିଲେ ଓ ତାଙ୍କର ଛବି ବହୁତ ସଫାସୁତୁରା ବୋଲି ମନାଯାଏ I

ନଡା ସାହାଙ୍କ ବହୁତ ପାଖାପାଖି ବୋଲି ଜଣାପଡେ I ଯଦି ସେ ରାଷ୍ଟ୍ରୀୟ ଅଧକ୍ଷ ହୁଅନ୍ତିତ ସେ ହିମାଚଳର ପ୍ରଥମ ନେତା ଯିଏ ରାଷ୍ଟ୍ରୀୟ ଅଧକ୍ଷ ହେବେ I

Leave a Reply

Your email address will not be published. Required fields are marked *