ମୋଦି ଙ୍କ ଶପଥ ବେଳେ ଭିଡ଼ ରେ ଫସି ଯାଇଥିଲେ ଆଶା: ସାହାଯ୍ୟ ପାଇଁ ଆଗେଇ ଆସିଲେ ସ୍ମୃତି

ଗୁରୁବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବା ଉତ୍ସବ ରେ ପ୍ରାୟ ୮ ହଜାର ଅତିଥି ଆସିଥିଲେ।ଏଥି ମଧ୍ୟରେ ବହୁ ବଲିଉଡ଼୍ ସେଲିବ୍ରେଟି ମଧ୍ୟ ଆସିଥିଲେ।ଏବଂ ଏଥିରେ ଖ୍ୟାତନାମା ଗାଇକା ଆଶା ଭୋସଲେ ମଧ୍ୟ ଯୋଗ ଦେଇଥିଲେ।ସେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଙ୍କ ସହ ଏକ ଫଟୋ ଟୁଇଟର ରେ ସେୟାର କରି ତାଙ୍କ ସହିତ ଥିବା ସୁନ୍ଦର ଅନୁଭୂତି ବଖାଣିଛନ୍ତି।

ସେ ଲେଖିଛନ୍ତି କି ଶପଥ ଗ୍ରହଣ ସମାରୋହ ପରେ ସେଠାରୁ ଯିବାକୁ ଲୋକଙ୍କ ଭିଡ଼ ଲାଗିଯାଇଥିଲା।ଏହି ଭିଡ଼ରେ ସେ ଏକାକୀ ରହିଯାଇଥିଲା ମଧ୍ୟ କେହି ବି ତାଙ୍କୁ ସାହାଯ୍ୟ କରି ନ ଥିଲେ।କିନ୍ତୁ ସ୍ମୃତି ତାଙ୍କୁ ଚିନ୍ତିତ ଥିବାର ଦେଖି ଆଗକୁ ଆସି ତାଙ୍କୁ ସୁରକ୍ଷିତ ଘରେ ପହଞ୍ଚାଇ ଦେଇ ଥିଲେ।ସେ ସମସ୍ତଙ୍କ ହୃଦୟ ଜିତି ଆଜି ବିଜୟ ଲାଭ କରିଛନ୍ତି ବୋଲି ଏଥିରୁ ପ୍ରମାଣ ମିଳେ।

Leave a Reply

Your email address will not be published. Required fields are marked *