ନନାଙ୍କ ମନକଥା ବୁଝିପାରିଲେ ମୋଦି,ଗୋଚାଲାଣ ରୋକୁଥିଲେ, ପ୍ରାଣୀ, ମତ୍ସ୍ୟ ଓ ଗୋ ସମ୍ପଦ ବିଭାଗ ମିଳିଛି

ବାଲେଶ୍ୱର ରୁ ଦିଲ୍ଲୀ ଯାଏଁ ଏବେ ସବୁଠି ଚର୍ଚ୍ଚା I ପ୍ରତାପ ଷଡ଼ଙ୍ଗୀ I ନିଜର ସରଳ ଜୀବନ ଯାପନ ପାଇଁ ଚର୍ଚିତ ଥିବା ଏହି ବ୍ୟକ୍ତି ଏବେ ଓଡ଼ିଶାର ମୋଦି ଭାବେ ପରିଚିତ I ସବୁଠୁ ଆଶ୍ଚର୍ଯ୍ୟ ଥିଲା ଯେତେବେଳେ ପ୍ରଥମଥର ପାଇଁ ସାଂସଦ ହେଇଥିବା ଏହି ଲୋକପ୍ରିୟ ନେତାଙ୍କୁ ମନ୍ତ୍ରୀପଦ ମିଳିଛି I ମୋଦିଙ୍କ ଦ୍ୱିତୀୟ ଇନିଂସ ରେ ଦୁଇଜଣ ଓଡ଼ିଆ ସାଂସଦ ଙ୍କୁ ମନ୍ତ୍ରୀପଦ ମିଳିଥିବା ବେଳେ ପ୍ରତାପ ଙ୍କୁ ମିଳିଛି MSME ସହିତ ପ୍ରାଣୀ, ମତ୍ସ୍ୟ ଓ ଗୋ ସମ୍ପଦର ବିଭାଗ I

ତେବେ ପ୍ରତାପ ଙ୍କୁ ଏହି ବିଭାଗ ଦିଆଯିବା ପରେ ଏବେ ଜୋରଦାର ଚର୍ଚ୍ଚା ଚାଲିଛି ,କୁହାଯାଉଛି କି ମୋଦି ନନା ଙ୍କ ମନକଥା ବୁଝିପାରିଲେ ,କାହିଁକିନା ପୂର୍ବରୁ ଗୋ ସୁରକ୍ଷା ପାଇଁ ପ୍ରତାପ ଅନେକ କାମ କରିଛନ୍ତି I ଗୋ ଚାଲାଣ ହେଲେ ହେଉଥିବାର ଯଦି କୌଣସି ଠାରୁ ଖବର ମିଳେ ପ୍ରତାପ ନିଜେ ପହଁଚି ତାକୁ ଅଟକାଇଥାନ୍ତି

I ବାଲେଶ୍ୱର ଅଞ୍ଚଳ ରେ ରାତିଅଧିଆ ଗୋରୁ ଚାଲାଣ ହେଉଥିବାର ଶୁଣିଲେ ,ସଙ୍ଗେ ସଙ୍ଗେ ସେଠାରେ ପହଁଚିଯାଉଥିଲେ ପ୍ରତାପ I ଗୋ ଚାଲାଣ କାରୀଙ୍କ ଠାରୁ ଗୋ ମାତା ଙ୍କୁ ଉଦ୍ଧାର କରୁଥିଲେ ,ଶେଷରେ ସତେ ଯେପରି ଗୋ ମାତା ନିଜର ସୁରକ୍ଷା ପାଇଁ ମୋଦିଙ୍କ ଦ୍ୱାରା ତାଙ୍କ ପ୍ରିୟ ଭକ୍ତ ଙ୍କୁ ବାଛିଛନ୍ତି ନିଜର ସୁରକ୍ଷା ପାଇଁ I

Leave a Reply

Your email address will not be published. Required fields are marked *