ଅର୍ଥବ୍ୟବସ୍ଥା ରେ ବହୁ ପଛରେ ପଡିଯାଇଛି ଭାରତ ,ନିର୍ମଳା ଙ୍କ ପାଇଁ ବଡ ଚ୍ୟାଲେଞ୍ଜ

2019 ଲୋକସଭା ନିର୍ବାଚନରେ ବିଜେପି ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟ ହାସଲ କରି ନୂଆ ସରକାର ଗଠନ ପାଇଁ ପି.ଏମ ନରେନ୍ଦ୍ର ମୋଦି ଓ ତାଙ୍କ ସହ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ ମାନେ ଶପଥ ଗ୍ରହଣ କରିଥିଲେ I ସେହି ସମୟରେ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ I ପୂର୍ବରୁ ଅର୍ଥମନ୍ତ୍ରୀ ଭାବରେ ଦାଇତ୍ୱ ତୁଲାଉଥିଲେ ଅରୁଣ ଜେଟିଲି I ଭାରତର ଅର୍ଥବ୍ୟବସ୍ଥା ଦେଖିବାକୁ ଗଲେ ପୂର୍ବ ପାଂଚ ବର୍ଷ ହେଲା ବହୁତ ଧୀର ବେଗରେ ବଢୁଛି I ରିପୋର୍ଟ ଅନୁସାରେ ଜଣାପଡ଼ୁଛିକି ଏହି ତଥ୍ୟ ଦୁତୀୟ ଥର ପ୍ରଧାନମନ୍ତ୍ରୀ ବନିଥିବା ନରେନ୍ଦ୍ର ମୋଦିଙ୍କ ପାଇଁ ଚିନ୍ତାର ବିଷୟ ହୋଇପାରେ I ପୂର୍ବ ବିତିୟ ବର୍ଷ ଏପ୍ରିଲ 2018ରୁ ମାର୍ଚ୍ଚ 2019 ପର୍ଯ୍ୟନ୍ତ ଆର୍ଥିକ ବୃଦ୍ଧି ଦର ମାତ୍ର 6.8 ପ୍ରତିଶତ ରହିଛି I ଜାନୁଆରୀରୁ ମାର୍ଚ ପର୍ଯ୍ୟନ୍ତ ତ୍ରିମାସରେ ଏହି ଦର 5.8 ପ୍ରତିଶତ ରହିଛି I ଏହି ଦର ପୂର୍ବ ଦୁଇ ବର୍ଷରେ ପ୍ରଥମ ଥର ପାଇଁ ଚିନିର ବୃଦ୍ଧି ଦରଠାରୁ କମ ରହିଛି I ଏହାର ଅର୍ଥ ହେଉଛିକି ଭାରତ ବର୍ତମନ ସବୁଠୁ ଶୀଘ୍ର ବଢୁଥିବା ଆଗୁଆ ଅର୍ଥବ୍ୟବସ୍ଥା ମାନଙ୍କ ଭିତରେ ନାହିଁ I

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ ହେବ I ନିର୍ମଳା ସୀତାରମଣ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବାଣିଜ୍ୟ ଓ ରକ୍ଷାବିଭାଗରେ ମନ୍ତ୍ରୀ ଭାବାରେ ଦାୟିତ୍ୱ ସମ୍ଭାଳିଛନ୍ତି I ଅର୍ଥବ୍ୟବସ୍ଥା ପ୍ରତି ଲୋକଙ୍କର ଭରସା ଉଠିଗଲାଣି I ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହୁଛନ୍ତି ସେ ଅର୍ଥବ୍ୟବସ୍ଥା ପ୍ରତି ଲୋକଙ୍କର ଭରସା ଆଣିବେ I ଅର୍ଥଶାସ୍ତ୍ରୀ ଧର୍ମକିତି କହୁଛନ୍ତି ସରକାରର ପ୍ରଥମ ଚ୍ୟାଲେଞ୍ଜ ହେବ ରୋଜଗାର ବ୍ୟବସ୍ଥା କାରଣ ସରକାରଙ୍କ ରିପୋର୍ଟ ଅନୁସାରେ 2017-2018 ଭିତରେ ବେରୋଜଗାରି 45 ବର୍ଷ ଭିତରେ ସବୁଠୁ ଅଧିକ ଅଛି I ତେଣୁ ପ୍ରଥମ ଏହାର ସମାଧାନ କରିବେ I ଦୁତୀୟ ହେଉଛି ଉପଭୋକ୍ତାଙ୍କ ଦର ବଢିବା I ଆର୍ଥିକ ବୃଦ୍ଧିର ସବୁଠୁ ବଡ କାରଣ ଘରୋଇ ଉପକରଣ I ଅର୍ଥବ୍ୟବସ୍ଥା ବଢ଼ିବାରେ ସବୁଠୁ ବଡ ଭୂମିକା ଭାବରେ ଘରୋଇ ଉପକରଣ ସାହାଯ୍ୟ କରିଥାଏ I କିନ୍ତୁ ତଥ୍ୟ ଅନୁସାରେ ଏହା ଜଣାପଡିଛି
ଉପୋଭୋକ୍ତାଙ୍କର କିଣିବାର କ୍ଷମତା କମିଯାଇଛି I ତୃତୀୟ ହେଉଛି କୃଷକଙ୍କ ସଙ୍କଟ I ଏହି ସବୁ ପ୍ରତି ଧ୍ୟାନ ଦେଲେ ଦେଶର ଅର୍ଥବ୍ୟବସ୍ତା ବୃଦ୍ଧି ହୋଇପାରେ I

Leave a Reply

Your email address will not be published. Required fields are marked *