ତୃଣମୂଳ କଂଗ୍ରେସରେ ମମତା ଙ୍କ ନୂଆ ନିୟମ : ଏଣିକି ଫୋନରେ କାର୍ଯ୍ୟକର୍ତ୍ତା ‘ହ୍ୟାଲୋ’ ସ୍ଥାନରେ କହିବେ ‘ଜୟ ବାଙ୍ଗଲା, ଜୟ ହିନ୍ଦ’

ଏଣିକି ଫୋନ ରେ କଥାବାର୍ତ୍ତା ବେଳେ କହିବେ ନାହିଁ ହେଲୋ ନୂଆ ରଣ ନୀତି ଆରମ୍ଭ ହେବ।ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୟ ଶ୍ରୀରାମ ନାରା ଦେବା ପରେ ତୃଣମୂଳ କଂଗ୍ରେସ ନୂଆ ଉପାୟ ବାହାର କରିଛି।ତୃଣମୂଳ କଂଗ୍ରେସ ପକ୍ଷରୁ ଅଫିସିଆଲ୍ ଭାବେ କୁହାଯାଇଛି କି ଯେବେ ବି ଦଳର କାର୍ଯ୍ୟକର୍ତ୍ତା ଫୋନ ଉଠାଇବେ ତେବେ ହେଲ୍ଲୋ ବଦଳରେ ଜୟ ବାଙ୍ଗଲା ଜୟ ହିନ୍ଦୀ କହିବେ। ତୃଣମୂଳ କଂଗ୍ରେସ ପକ୍ଷରୁ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଗୋଟିଏ ନୋଟିସ୍ ଜାରି କରାଯାଇଛି।
ସୂଚନା ଯୋଗ୍ୟ କି ଗୁରୁବାର ଦିନ ମମତା ବାନାର୍ଜୀଙ୍କ ସାମ୍ନାରେ କିଛି ଲୋକ ଜୟ ଶ୍ରୀରାମ ନାରା ଲଗାଇଥିଲେ।ଯେଉଁଥିପାଇଁ କି ମମତା ବାନାର୍ଜୀ ଉତ୍କ୍ଷୀପ୍ତ ହୋଇ ଉଠିଥିଲେ।ଏବଂ ବିଜେପି ଗୁଣ୍ଡା ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *