ଆଉ ନାହାନ୍ତି ହାସ୍ୟକଳାକାର ସଲିଲ ,ସମସ୍ତଙ୍କୁ କନ୍ଦେଇ ଆର ପାରିକୁ ଚାଲିଗଲେ

ପରଦା ରେ ସେ ଥିଲେ ଲୋକଙ୍କୁ ହସେଇ ହସେଇ ବେଦମ କରୁଥିଲେ I ଓଡ଼ିଆ ସିନେମା ଦୁନିଆ ରେ ସେ ଏକ ବେସ ପରିଚିତ ଚେହେରା I ଆଉ କିନ୍ତୁ ତାଙ୍କ ହସ ର ଯାଦୁ ଦେଖିବାକୁ ମିଳିବନି ,କାହିଁକିନା ସମସ୍ତଙ୍କୁ କନ୍ଦାଇ ସବୁଦିନ ପାଇଁ ନିରବି ଯାଇଛନ୍ତି ଓଡ଼ିଶାର ହାସ୍ୟକଳାକାର ସଲିଲ ମିତ୍ର I

ଗତକାଲି ରାତ୍ରି ୧୨ଟା ୧୫ ମିନିଟ ସମୟରେ ସମସ୍ତଙ୍କ ଆଖିରେ ଲୁହ ଦେଇ ଦେଇ ଆରପାରିକି ଚାଲିଯାଇଛନ୍ତି I ଖବର ଜଣାପଡିବା ପରେ ଓଡ଼ିଆ ସିନେ ଜଗତରେ ଦୁଃଖର ଛାୟା ଖେଳିଯାଇଛି I ସୂଚନା ଥାଉ କି ଗତ ମେ ୧୨ ତାରିଖ ଦିନ ଏକ ସୁଟିଂ ସାରି କେନ୍ଦୁଝର ରୁ ଫେରୁଥିବା ସମୟରେ ଘଟଗାଁ କଲେଜ ପାଖରେ ଏକ ଦୁର୍ଘଟଣା ହେଇଥିଲା I

ଏବଂ ସେହି ଦୁର୍ଘଟଣା ରେ ଗୁରୁତର ଆହତ ହେଇ ହସ୍ପିଟାଲ ରେ ଭର୍ତି ହେଇଥିଲେ I ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କିମ୍‌ସ ପଠାଯାଇଥିଲା I କିନ୍ତୁ ଶେଷରେ ସେ ଆଖି ବୁଜି ଦେଇଛନ୍ତି I ୧୯୯୯ମସିହାରେ ‘ପୁଅ ଭାଙ୍ଗିଦେଲା ସୁନା ସଂସାର’ ଚଳଚିତ୍ର ରୁ ଅଭିନୟ ଆରମ୍ଭ କରିଥିବା ସଲିଲ ସମୟକ୍ରମେ ଅନେକ ଚଳଚିତ୍ର ରେ ନଜର ଆସିଛନ୍ତି I

ତାଙ୍କ ନିଖୁଣ ଅଭିନୟ ପାଇଁ ଅତି କମ ସମୟରେ ଲୋକଙ୍କ ହୃଦୟ ଜିତିପାରିଥିବା ସଲିଲ ଶେଷରେ ହସେଇ ହସେଇ ଲୋକଙ୍କୁ କନ୍ଦେଇ ଚାଲିଗଲେ I

Leave a Reply

Your email address will not be published. Required fields are marked *