ମତେ ଟିକିଏ ବଞ୍ଚିବାର ସୁଯୋଗ ଦିଅନ୍ତୁ ସାର୍, ବନ୍ଧା ପଡିଛି ରାସନ କାର୍ଡ଼, ବିଧବା ଭତ୍ତା କାର୍ଡ଼,ଦୁଇ ପୁଅ

ଆଖିରୁ ଝରିଯାଉଥିଲା ଝର ଝର ଲୁହ I ମନରୁ ଫୁଟିଉଠୁଥିଲା ଦରଦୀ କୋହI କାମେରା ଦେଖିଲା ପରେ ନିଜ ମନ କଥା ବଖାଣୁଥିଲେ ଜଣେ ଅସହାୟ ବିଧବା ମା I ଶୁଣିଲା ଲୋକର ବି ଛାତି ଫାଟିଯିବ ମା ର ଦୁଃଖରେ I ଘଟଣା ଟି କେନ୍ଦୁଝର ଅନ୍ତର୍ଗତ କମ୍ପଡିହି ଗାଁର I କିଛିବର୍ଷ ତଳେ ନିଜ ସ୍ୱାମୀଙ୍କୁ ହରାଇ ଦୁଇ ପୁଅଙ୍କୁ ଯେନତେନ ପ୍ରକାରେ ପୋଷୁଥିଲେ ଏହି ବିଧବା ମା ଜଣଙ୍କ I

କିନ୍ତୁ ପିଲାଙ୍କୁ ବଡ କରିବା ପାଇଁ କିଛି କାମ ଧନ୍ଦା କରିବା ଉଦେଶ୍ୟ ରେ ପଦାକୁ ଗୋଡ କଢ଼ିଥିବା ମା ର ଉପରେ ନଜର ପଡିଥିଲା ବଙ୍ଗାଳି ମିସ୍ତ୍ରୀ ର I ଆଉ କେତେବେଳେ ସେ ମା ହେଇଗଲେ ତାଙ୍କୁ ବି ଜଣାନଥିଲା କଥା ଜଣାପଡିବା ପରେ ତାଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଥିଲା ଏବଂ ସେ ଏକ ଶିଶୁ ସନ୍ତାନ ଜନ୍ମ ଦେଇଥିଲେ I କିନ୍ତୁ ଜଣେ ବିଧବା ସ୍ତ୍ରୀ ମା ହେବା ପରେ ତାଙ୍କୁ ଗାଁ ରୁ ବାସନ୍ଦ କରାଯାଇଥିଲା ଏବଂ ତାଙ୍କ ଘର କୁ ଭାଙ୍ଗି ଦିଆଯାଇଥିଲା Iଦୁଇ ପୁଅକୁ ତାଙ୍କ ଠାରୁ ଛଡାଇ ନିଆଯାଇଥିଲା I ଦିଅର ଙ୍କ ପାଖରେ ଦୁଇ ପୁଅ ରହିଥିବା ବେଳେ ତାଙ୍କ ରାସନ କାର୍ଡ ,ବିଧବା ଭତ୍ତା ସବୁ ବନ୍ଧା ପଡିଛି I ସନ୍ତାନ କୁ ପାଖରେ ନପାଇ ମା ର ମମତା ଦୁଃଖରେ ଆଉଟୁପାଉଟୁ ହେଉଛି I କିନ୍ତୁ କେହି ବୁଝିବାକୁ ନାହିଁ Iଶେଷରେ ମୁଣ୍ଡ ଗୁଞ୍ଜିବାକୁ ବାଛି ନେଇଛନ୍ତି ପାଇଖାନା କୁ I ପାଇଖାନା ରେ ହିଁ କଟୁଛି ଜୀବନ I ପ୍ରସାଶନ ର ବି ନଜର ପଡୁନି I

Leave a Reply

Your email address will not be published. Required fields are marked *