ଢେଙ୍କାନାଳ ରେ ଚାଲିଛି ଏଞ୍ଜେନ୍ ର ମନମୁଖୀ ସାଶନ,କୌଣସି କାରଣ ନଥାଇ ଦିନକୁ 10/14 ଘଣ୍ଟା ବିଦ୍ୟୁତ କାଟ I ତାତିଲେଣି ଉପଭୋକ୍ତା

ଚଳିତ ବର୍ଷ ଆରମ୍ଭ ରୁ ବିଦ୍ୟୁତ କାଟ ନହେବାକୁ ପ୍ରତିଶୃତି ଦେଇଥିଲେ ପୂର୍ବତନ ଶକ୍ତି ମନ୍ତ୍ରୀ ,ତେବେ ୟା ମଧ୍ୟରେ ଶକ୍ତି ମନ୍ତ୍ରୀ ବଦଳି ଯାଇଛନ୍ତି ଏବଂ ନୂଆ ଶକ୍ତି ମନ୍ତ୍ରୀ ଭାବରେ ଦିବ୍ୟଶଙ୍କର ଦାୟିତ୍ୱ ନେଇଛନ୍ତି I ନୂଆ ଶକ୍ତି ମନ୍ତ୍ରୀ ବଦଳିବା ପରି ତାଙ୍କ ପ୍ରତିଶୃତି ବି ଯେପରି ପାଣିର ଗାର ପାଲଟିଯାଇଛି ଏଞ୍ଜେନ୍ ପାଇଁ I ଡହ ଡହ ଖରା ରେ ସାରା ଓଡିଶା ବାସି ଡହଳ ବିକଳ ହେଇଯାଉଥିବା ବେଳେ ଢେଙ୍କାନାଳ ରେ ଚାଲିଛି ଅଘୋଷିତ ବିଦ୍ୟୁତ କାଟ I ଫନି ରେ ଢେଙ୍କାନାଳ ବିଦ୍ୟୁତ ବିଭାଗ ର କିଛି ଖୁଣ୍ଟ ନଷ୍ଟ ହେଇଯାଇଥିବା ବେଳେ 4/5ଦିନ ମଧ୍ୟରେ ସ୍ୱାଭାବିକ ହେଇଥିଲା ବିଦ୍ୟୁତ ବିଭାଗ I

ତେବେ ୟା ମଧ୍ୟରେ ପ୍ରାୟ ଏକ ମାସ ବିତିଯାଇଥିଲେ ମଧ୍ୟ ଏଞ୍ଜେନ୍ ର ଦାଉ ସହିବାକୁ ପଡୁଛି ଢେଙ୍କାନାଳ ବାସୀଙ୍କୁ I ବିଶେଷ କରି ଗ୍ରାମାଞ୍ଚଳ ଗଁଦିଆ ,ବIଇଁସିଆ ,ଯୋରନ୍ଦା , ଷଡ଼ଙ୍ଗୀ ,ପିଙ୍ଗୁଆ ,ଖଣ୍ଡବନ୍ଧ ରେ ମନଇଛା ବିଦ୍ୟୁତ କାଟ ହେଉଛି I ବିନା କୌଣସି ସୂଚନା ରେ ସକାଳ 8 ଟାରୁ ଆରମ୍ଭ କରି ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଲୁଚକାଳି ଖେଳୁଛି ବିଦ୍ୟୁତ I ଡହ ଡହ ଖରା ରେ ଅସ୍ତବ୍ୟସ୍ତ ହେଉପଡୁଥିବା ବେଳେ ଏଞ୍ଜେନ୍ ର ଏପରି ମନଇଛା ଅଘୋଷିତ ବିଦ୍ୟୁତ କାଟ କୁ ନେଇ ତାତିଲେଣି ସ୍ଥାନୀୟ ଉପଭୋକ୍ତା I ଯଦି ଏପରି ମନଇଛା ଅଘୋଷିତ ବିଦ୍ୟୁତ କାଟ ହୁଏ ତେବେ ଆଗାମୀ ଦିନରେ ଅଫିସ ଘେରାଓ କରିବାକୁ ବାଧ୍ୟ ହେବେ ବୋଲି ସୂଚନା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା I

Leave a Reply

Your email address will not be published. Required fields are marked *